ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲା : ଥାନାରେ ଅଭିଯୋଗ କଲେ ପରିବାର ଲୋକ; ସହପାଠୀ ସବୁ ଜାଣିଥିବା ଏତଲାରେ ଉଲ୍ଲେଖ

434

କନକ ବ୍ୟୁରୋ : ସନ୍ଦେହଜନକ ଭାବେ ଜଣେ ଡାକ୍ତରଙ୍କ ମୃତ୍ୟୁ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜେରେ ସେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଥିଲେ । ମୃତ ଡାକ୍ତରଙ୍କ ନାଁ ସଚିନ ସାହୁ । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସଚିନ୍ ଡାକ୍ତରୀ ପାଠପଢ଼ା ଶେଷ ପରେ ଏଠାରେ ହାଉସ୍ ସର୍ଜନ ଭାବେ କାମ କରୁଥିଲେ । ଶୁକ୍ରବାର ନିଜ ଡ୍ୟୁଟି ସାରି ସେ ନିଜ ରୁମକୁ ଫେରି ବିଶ୍ରାମ ନେଇଥିଲେ ।

ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ରୁମ୍ ଖୋଲିନଥିଲେ । ଫଳରେ ସନ୍ଦେହ ହେବାରୁ କିଛି ଡାକ୍ତରୀ ଛାତ୍ର ତାଙ୍କୁ ବାରମ୍ବାର ଡାକିବା ସହ କବାଟ ବାଡ଼େଇଥିଲେ । ହେଲେ ସେ କବାଟ ଖୋଲି ନଥିଲେ । କବାଟ ଭାଙ୍ଗିବା ପରେ ସଚିନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା, ତୁରନ୍ତ ତାଙ୍କୁ ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ତଦନ୍ତ ଚଳାଇଛି ।