କନକ ବ୍ୟୁରୋ: ଯେଉଁ ବୟସରେ ପିଲାମାନେ ହସିଖେଳି ମଉଜ କରୁଛନ୍ତି । ଦାୟିତ୍ୱ କ’ଣ ତାଙ୍କ ମୁଣ୍ଡରେ ପଶିନି ସେ ବୟସରେ ଦୁଇ ଭାଇ କିନ୍ତୁ ନିଜର ଧୈର୍ଯ୍ୟ ଏବଂ କର୍ତ୍ତବ୍ୟବୋଧର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଦୁଇ ଭାଇ ହେଉଛନ୍ତି ଅମ୍ରିତସରରେ ବାସିନ୍ଦା । ଦୁଇ ଭାଇଙ୍କ ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ । ଦୁଇଭାଇ ମିଶି ଅମୃତସରରେ ‘ଗୁରୁ କୃପା ଫୁଡ଼ ଷ୍ଟଲ’ ନାମରେ ଏକ ଫୁଡ଼ ଷ୍ଟଲ ଖୋଲିଛନ୍ତି। ଏହି ଷ୍ଟଲରେ ମାତ୍ର ୨୦ଟଙ୍କାରେ ଦହିଭାତ ଓ ୧୫ ଟଙ୍କାରେ ପିଜ୍ଜା କୁଲଚା ମିଳିଥାଏ। ବଡ଼ଭାଇଙ୍କ ନାମ  ଇର୍ଶବଜିତ ସିଂହ ଏବଂ ସାନ ଭାଇର ନାମ ସଞ୍ଜିତ  ।

Advertisment

ଇର୍ଶବଜିତ ଓ ସଞ୍ଜିତ ଦୁଇଭାଇ କହିଛନ୍ତି, ‘ସେମାନେ ସକାଳୁ ଉଠି ନିଜ କାମ ସାରି ୧୦ଟାରେ ସ୍କୁଲ ଯାଇଥାଆନ୍ତି। ସ୍କୁଲରୁ ୪ଟାରେ ଫେରି ଆସନ୍ତି। ଏହାପରେ ହାଲିଆ ଲାଗୁଥିଲେ ବି ପରିବାର ଚଳାଇବାକୁ ପୁଣି ଘରୁ ଗୋଡ କାଢନ୍ତି । ହାଇୱେ କଡରେ ଫୁଡ ଷ୍ଟଲ ଖୋଲି ସେଠାରେ ରାତି ୧୧ଟା ଯାଏଁ କାମ କରି ଘରକୁ ଫେରନ୍ତି । ସେଠାରୁ ଫେରି ସ୍କୁଲ ପାଠ ସବୁ ଶେଷ କରି ବିଳମ୍ବିତ ରାତିରେ ଶୁଅନ୍ତି । ଏ ହେଉଛି ଦୁଇ ଭାଇଙ୍କର ପ୍ରତିଦିନର ଜୀବନ ଚର୍ଯ୍ୟା ଯାହା ସମସ୍ତଙ୍କୁ ଚକିତ କରିଛି ।  ଖାଲି ଏତିକି ନୁହେଁ ଏଇ ବୟସରେ ପାଠପଢା ସହ ପରିବାର ପାଇଁ ସେମାନଙ୍କର କର୍ତ୍ତବ୍ୟ ପୁରା ସମାଜକୁ ଦେଇଛି ବଳିଷ୍ଠ ବାର୍ତ୍ତା ।