ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ୨୦ବର୍ଷିୟ ଯୁବକଙ୍କ ମୃତ୍ୟୁ ହେବା ଖବର ଅନେକଙ୍କୁ ମର୍ମାହତ କରିଛି । ନିଜର ଛୋଟ ଭୁଲ ପାଇଁ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି ବୋଲି ଜଣା ପଡ଼ିଥିବା ବେଳେ ଆଗକୁ ଏପରି ଭୁଲ ଯେମିତି କେହି ନ କରନ୍ତି ସେ ନେଇ ସତର୍କ କରାଯାଇଛି । ଏହି ଘଟଣାଟି ଘଟିଥିଲା କେଣ୍ଟ ରେଳ ଷ୍ଟସନରେ । ଯୁବକ ଜଣଙ୍କ ଠିଆ ହୋଇଥିବା ଏକ ମାଲଗାଡ଼ି ଉପରେ ଚଢ଼ି ଟିକେ ଭିନ୍ନ ଧରଣର ସେଲ୍ଫି ନେବେ ବୋଲି ଭାବିଥିଲେ । କିନ୍ତୁ ତାଙ୍କର ଏଭଳି କାମ ତାଙ୍କ ଜୀବନ ନେଇଯିବ ତାହା ତାଙ୍କୁ ଜଣା ନଥିଲା ।
ସୂଚନା ମୁତାବକ, ଘରେ ନ ଜଣାଇ ଆଦିତ୍ୟ ଏବଂ ତାଙ୍କର ୩ ଜଣ ସାଙ୍ଗ କେଣ୍ଟ ରେଳ ଷ୍ଟସନରେ ପହଞ୍ଚିଥିଲେ । ଏହି ସମୟରେ ଆଦିତ୍ୟ ଟ୍ରେନ ଉପରେ ଚଢ଼ି ଠିଆ ହୋଇଯିବାରୁ ଉପରେ ଥିବା ବିଦ୍ୟୁତ୍ ତାର ତାଙ୍କ ଦେହରେ ଲାଗି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବିଦ୍ୟୁତ୍ ଆଘାତରେ ଲାଗି ସେ ତଳେ ପଡ଼ି ଯାଇଥିଲେ । ରବିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଆଦିତ୍ୟଙ୍କ ଜନ୍ମଦିନ ଥିଲା ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/xcvcxv_1536551757_1536570.jpg)