୧୯ ବର୍ଷର ଯୁବକ ଦେଶପାଇଁ ବିପଦ କେମିତି? ଯୋଗୀ ସରକାରକୁ ଟାର୍ଗେଟ କଲେ କପିଲ ସିବଲ

୧୯ ବର୍ଷର ଯୁବକ ଦେଶପାଇଁ ବିପଦ କେମିତି? ଯୋଗୀ ସରକାରକୁ ଟାର୍ଗେଟ କଲେ କପିଲ ସିବଲ

କନକ ବ୍ୟୁରୋ: ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଅତିକ ଅହମ୍ମଦର ପୁଅ ଅସଦର ଏନକାଉଣ୍ଟର ନେଇ ନାରାଜ ପ୍ରକାଶ କରିଛନ୍ତି । ସେ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । କପିଲ ସିବଲ କହିଛନ୍ତି, ଆତଙ୍କବାଦୀଙ୍କର ଏନକାଉଣ୍ଟର ହୋଇଥାଏ । ଜଣେ ୧୯ ବର୍ଷର ଯୁବକ ରାଷ୍ଟ୍ରର ସୁରକ୍ଷାରେ ବିପଦ କେମିତି ହୋଇପାରେ । ତାର ଗୋଡକୁ ଗୁଳି କରି ତାକୁ ଗିରଫ କରାଯାଇପାରିଥାନ୍ତା । ଅପ୍ରେଲ ୧୩ ତାରିଖରେ ଅସଦ ଅହମ୍ମଦକୁ ଏନକାଉଣ୍ଟର କରିଥିଲା ୟୁପି ପୋଲିସର ଏସଟିଏଫ । କେବଳ ଏତିକି ନୁହେଁ ସେ ଅତିକ ଅହମ୍ମଦର ହତ୍ୟା ନେଇ ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି ଯୋଗୀ ସରକାରରେ ୨ଟି ହତ୍ୟା ହୋଇଛି ପ୍ରଥମେ ଅତିକ ଏବଂ ତାର ଭାଇର ହତ୍ୟା ହୋଇଥିବା ବେଳେ ଅନ୍ୟଟିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ହତ୍ୟା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe