ଭାରତ ତ ଭାରତ ପାକିସ୍ତାନରେ ବି ଉଭାନ ହେଲେ ରାଧେ ମା’ ! ମୁହଁରେ ମେଞ୍ଚାଏ ଦାଢି ରଖି ବଧୂ ଭଳି ସଜେଇ ହୋଇ ପାକିସ୍ତାନୀଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ଏହି ରାଧେ ମା’ । 

591

ଭାରତରେ ଭଣ୍ଡବାବା ଏବଂ ମାତାଙ୍କର କିଛି ଅଭାବ ନାହିଁ । ପାଦ ପାହୁଣ୍ଡରେ ପିଇବାକୁ ପାଣି ମୁନ୍ଦେ ମିଳୁ କି ନମିଳୁ କିନ୍ତୁ ଚିରାଚରିତ ଆତ୍ମଘୋଷିତ ଭଗବାନ ବୋଲାଉଥିବା ବାବା ଏବଂ ମାତାଙ୍କ ବିଳାସପୂର୍ଣ୍ଣ ଗୃହ ଦେଖିବାକୁ ମିଳିବ । ଯେଉଁଠାରେ କିଛି ଅନ୍ଧଭକ୍ତ ଏହି କଥାକଥିତ ବାବା ଏବଂ ମାତାଙ୍କ କିର୍ତ୍ତନ କରିବାରେ ଲାଗିପଡିଥିବେ । ତେବେ ଭାରତରେ ଏଭଳି ଚିତ୍ର ଦେଖିବା ତ ସାଧାରଣ କଥା । କିନ୍ତୁ ଏହି ରୋଗ ଯେ ପାକିସ୍ତାନରେ ମଧ୍ୟ ରହିଛି ତାହା ଶୁଣି ତାଜୁବ ଲାଗୁଛି । ଆଜ୍ଞା ହଁ , ଭାରତରେ ତ ରାଧେ ମା’ଙ୍କ ଜଲୱା ଦେଖିଥିବେ ଏବେ ପାକିସ୍ତାନରେ ମଧ୍ୟ ଜଣେ ରାଧେ ମା ରହିଛନ୍ତି । ପାକିସ୍ତାନର ସିନ୍ଧ ପ୍ରାନ୍ତରେ ବଧୂ ବେଶରେ ରାଧେ ମା’ ନାମରେ ଜଣେ ଇସଲାମିକ୍ ଧର୍ମଗୁରୁ ଲୋକଙ୍କୁ ଧର୍ମର ଶିକ୍ଷା ଦେଉଛନ୍ତି । ନାରଙ୍ଗୀ ରଙ୍ଗର ଦାଢି ସହ ବଧୂ ବେଶରେ ଜଣେ ପ୍ରବଚନ ଦେଉଥିବାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକମାନେ ମଧ୍ୟ ତାଜୁବ୍ ହୋଇଛନ୍ତି ।

ପାକିସ୍ତାନର ହେଦାବାଦ୍ ସହରରେ ଧର୍ମଗୁରୁ ଲୋକଙ୍କୁ ଇସଲାମ୍ ର ଶିକ୍ଷା ଦେଉଛନ୍ତି । ଯେଉଁ ସମୟରେ ଧର୍ମଗୁରୁ ଇସଲାମ୍ ଶିକ୍ଷା ଦେଉଛନ୍ତି ସେହି ସମୟରେ ସେ ବଧୂ ବେଶଭୂଷା ଧାରଣ କରି ଶିକ୍ଷା ଦେବାକୁ ପସନ୍ଦ କରିଥାନ୍ତି । ସେ ଯେତେବେଳେ ଶିକ୍ଷା ଦେବାକୁ ପହଁଚନ୍ତି ଉକ୍ତ ସ୍ଥାନକୁ ବିବାହ ମଣ୍ଡପ ଭଳି ସଜା ଯାଇଥାଏ । ଧର୍ମଗୁରୁଙ୍କ ପାଖକୁ ଆସୁଥିବା ଲୋକ ତାଙ୍କୁ ସୁନା,ଗହଣା ଏବଂ ଟଙ୍କା ଭେଟି ସ୍ୱରୁପ ପ୍ରଦାନ କରିଥାନ୍ତିି । ଏତିକି ନୁହଁ ଏହି ରାଧେ ମା’ଙ୍କ ପାଖକୁ ଯେଉଁ ଭକ୍ତ ଆସନ୍ତି ସେମାନଙ୍କ ସହ ରାଧେ ମା’ କୁଆଡେ ଖୁବ୍ ନାଚନ୍ତି ।

ସୋସିଆଲ୍ ମିଡିଆରେ ଏଭଳି ଫଟୋ ଭାଇରାଲ୍ ହେବାପରେ ଏବେ ଲୋକମାନେ ଧର୍ମଗୁରୁଙ୍କ ଉପରେ କଡା ପଦକ୍ଷେପ ନେବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି । ଲୋକଙ୍କ କହିବାନୁସାରେ ଧର୍ମ ନାଁରେ ଏହି ଭଣ୍ଡବାବା ଓରଫ୍ ରାଧେ ମାତା ଲୋକଙ୍କୁ ଠକୁଛନ୍ତି । ତେବେ କେବଳ ଫଟୋ ନୁହଁ ଏହି ରାଧେ ମା’ଙ୍କ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।