୩,୯୦୦ ବର୍ଗ କିଲୋମିଟର ଲମ୍ବ ଏବଂ ଏକ ଟ୍ରିଲିୟନ୍ ଟନ୍ ଓଜନ ବିଶିଷ୍ଟ ଏହି ବିଶାଳକାୟ ଆଇସବର୍ଗ ତିନି ଦଶନ୍ଧିରୁ ଅଧିକ ସମୟ ଧରି ୱେଡେଲ ସାଗରରେ ସ୍ଥିର ହୋଇ ରହିବା ପରେ ଏବେ ଗତିଶୀଳ ହୋଇଛି । ଗତ କିଛି ସପ୍ତାହ ତଳେ ଖବର ଆସିଥିଲା କି ଦୁନିଆର ସବୁଠାରୁ ବଡ଼ ହିମଖଣ୍ଡ ଗତି କରୁଛି ବୋଲି । ସେତେବେଳେ ତାହାର ଆକାର ବିଷୟରେ କୌଣସି ସୂଚନା ନଥିଲା । ଏବେ ଉପଗ୍ରହ ଦ୍ଵାରା ତାର ଆକାର ବିଷୟରେ ସୂଚନା ମିଳିଛି । ଦୁନିଆର ସବୁଠୁ ବଡ ଆଇସବର୍ଗର A-23a ର ଘନତା ୨୮୦ ମିଟରରୁ ଅଧିକ । ଉପଗ୍ରହରୁ ନିଆଯାଇଥିବା ସାମ୍ପ୍ରତିକ ମାପରେ ଏହା ପ୍ରକାଶ ପାଇଛି । ୩,୯୦୦ ବର୍ଗ କିଲୋମିଟରର ଏକ ବିଶାଳ କ୍ଷେତ୍ର ଏବଂ ପ୍ରାୟ ଏକ ଟ୍ରିଲିୟନ୍ ଟନ୍ ଓଜନ ବିଶିଷ୍ଟ ଏହି ଆଇସବର୍ଗ ୧୯୮୬ ରେ ଆଣ୍ଟାର୍କଟିକ୍ ଉପକୂଳରୁ ଭାଙ୍ଗି ଯାଇଥିଲା । ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ୱେଡେଲ ସାଗରରେ ସ୍ଥିର ରହିବା ପରେ ଏବେ ଏହା ଗତିଶୀଳ ହୋଇଛି । A-23a ର ମାପ ୟୁରୋପୀୟ ସ୍ପେସ୍ ଏଜେନ୍ସିର କ୍ରିଓସାଟ -2 ମିଶନରୁ ଆସିଛି । ଯେଉଁଥିରେ ଜଳରାଶି ଉପରେ ଥିବା ବରଫର ଆକାରକୁ ମାପିବା ପାଇଁ ଏକ ରାଡାର ଆଲ୍ଟମିଟର ବ୍ୟବହାର କରାଯାଇଥାଏ ।
ଉଷ୍ମ ଜଳରାଶି ଆଡକୁ ବଢୁଛି ହିମଖଣ୍ଡ
ତିନି ଦଶନ୍ଧି ଧରି ସମୁଦ୍ର ତଳେ ଜମି ରହିବା ପରେ A-23a ଏବେ ଏହାର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି । ଏହାର ସ୍ଥିର ସ୍ଥିତିରୁ ମୁକ୍ତ ହୋଇ ଏହା ବର୍ତ୍ତମାନ ଉଷ୍ମ ଜଳ ଆଡକୁ ଗତି କରୁଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଦକ୍ଷିଣ ମହାସାଗରରେ ଆଇସବର୍ଗର ଗତିପଥ ନିର୍ଣ୍ଣୟ କରିବାରେ ଆସନ୍ତା ସପ୍ତାହଗୁଡିକ ଗୁରୁତ୍ୱପୂର୍ଣ୍ଣ ହେବ ।
ମୋଟେଇ କ୍ରମାଗତ ଭାବେ ହ୍ରାସ ପାଉଛି
ବିଗତ ଏକ ଦଶନ୍ଧି ମଧ୍ୟରେ ବରଫର ଘନତାରେ କ୍ରମାଗତଭାବେ ବାର୍ଷିକ ହିସାବରେ ହ୍ରାସ ଘଟିଛି, ଯାହା ୱେଡେଲ ସାଗରରେ ଉଷ୍ମ ଜଳ ତାପମାତ୍ରା ସହିତ ସମାନ ଅଟେ । ସମୁଦ୍ର ଚଟାଣ ସହିତ ଏହାର ଦ୍ରୁତ ଧକ୍କା ହେତୁ ଏହାର ପୃଷ୍ଠରେ ସୃଷ୍ଟି ହୋଇଥିବା ଖାଲଗୁଡ଼ିକ ବରଫର ଗଠନମୂଳକ ପରିବର୍ତ୍ତନ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ । ଏହି ବିଶାଳ ଆଇସବର୍ଗର ଗତିଶୀଳତା ବୁଝିବା ପାଇଁ A-23A ର ଘନତା ମାପିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।