ଏଣିକି ଦେଖିବାକୁ ପଡିପାରେ ଟିଭି ସିରିଏଲର ରିପିଟ ଟେଲିକାଷ୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ଲାଗିଲା କଟକଣା 

226

କନକ ବ୍ୟୁରୋ : ଲକଡାଉନରେ ଘରେ ବସି ପ୍ରିୟ ଟିଭି ସିରିଏଲ ଦେଖୁଥିବା ଲୋକଙ୍କୁ ଏଣିକି ରିପିଟ୍ ଟେଲିକାଷ୍ଟ ଦେଖିବାକୁ ପଡିପାରେ । କାରଣ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଫିଲ୍ମ ଓ ଟିଭି ସିରିଏଲ ସୁଟିଂକୁ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଇନଡୋର ଓ ଆଉଟଡୋର ସୁଟିଂକୁ ବନ୍ଦ କରିବା ପାଇଁ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପୂର୍ବରୁ ଜାରି ହୋଇଥିବା କଟକଣାରେ ସଂଶୋଧନ କରାଯାଇ ଏହି ନୂଆ ନିୟମକୁ ଯୋଡା ଯାଇଛି ।

ତେଣୁ ସୁଟିଂ ବନ୍ଦହେଲେ ଆପଣଙ୍କୁ ଆଉ ନୂଆ ଏପିସୋଡ୍ ଦେଖିବାକୁ ମିଳିନପାରେ । ବରଂ ରିପିଟ ଟେଲିକାଷ୍ଟରେ ସନ୍ତୁଷ୍ଟ ହେବାକୁ ପଡିବ ବୋଲି ଅନୁମାନ କରାଯାଉଛି । ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିଚାଲିଥିବା ବେଳେ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।