କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଇଲା ବେଳେ ହୋଇ ଯାଆନ୍ତୁ ସାବଧାନ । ନଚେତ ଆପଣ ହୋଇପାରନ୍ତି ଠକାମୀର ଶିକାର । ଏବେ ବିନା କ୍ୟାସରେ ବି ଆପଣଙ୍କ ଜରୁରୀ କାମ କରିପାରୁଥିବେ । କାରଣ ଏବେ ଅନଲାଇନ ପେମେଣ୍ଟ ସବୁଠି ଉପଲବ୍ଧ ହେଉଛି । ଏହାସହ ବେଳେ ବେଳେ ଆମକୁ କ୍ୟାସର ଆବଶ୍ୟକତା ପଡିଥାଏ । ଯେଉଁଥିପାଇଁ ଆମେ ଏଟିଏମକୁ ଯାଇଥାଉ । ହେଲେ ଏହି ସମୟରେ ଅଜାଣତରେ ଆମେ ଠକାମୀର ଶିକାର ହୋଇଥାଉ । ତେବେ ନଜର ପକାନ୍ତୁ କେମିତି ଠକ ଆମ ଉପରେ ନଜର ରଖିଥାଏ । ଆଉ ଆମେ ଏଥିରୁ କେମିତି ସତର୍କ ରହିବା ।
ଚେଞ୍ଜ କରନ୍ତୁ ଏଟିଏମ ପିନ୍
ଆପଣଙ୍କ ଏଟିଏମ ପିନ୍ ଚେଞ୍ଜ କରିବାର ଅର୍ଥ ଏହା ନୁହେଁ କି ଆପଣ ବାରମ୍ବାର ପିନ୍ ଚେଞ୍ଜ କରିବେ । ଏଭଳି କଲେ ପିନ୍ ମନେ ରଖିବାକୁ ଅସୁବିଧା ହୋଇଥାଏ । ଆଉ ଯଦି ବାରମ୍ବାର ଭୁଲ ପିନ୍ ମାରିଲେ ତେବେ କାର୍ଡ ବ୍ଲକ ହେବାର ସମ୍ଭାବନା ଥାଏ । ତେଣୁ ଆପଣଙ୍କ ସୁରକ୍ଷା ପାଇଁ ପ୍ରତି ୨/୩ ମାସରେ ଥରେ ଏଟିଏମ ପିନ ଚେଞ୍ଜ କରି ନିଅନ୍ତୁ ।
କାର୍ଡ ବ୍ୟବହାର ସମୟରେ ସାବଧାନ ରୁହନ୍ତୁ
ଏଟିଏମ ବ୍ୟବହାର କଲା ବେଳେ ଅନେକ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସମୟରେ ଏଟିଏମ ପାଖରେ ଛିଡା ହୋଇଥିବା ଅଜଣା ବ୍ୟକ୍ତିଙ୍କଠାରୁ ସେମାନେ ସାହାଯ୍ୟ ମାଗନ୍ତି । ଯଦି ଏପରି କରୁଥାନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନଚେତ ସେହି ଅଜଣା ବ୍ୟକ୍ତି ହିଁ ଆପଣଙ୍କ ସହ ଠକାମୀ କରିପାରନ୍ତି । ଅଧିକାଂଶ କମ ପାଠ ପଢିଥିବା ଲୋକମାନଙ୍କ ସହ ଏପରି ହୋଇଥାଏ । ଯଦି ତୁମକୁ ଏଟିଏମ ମେସିନ ବ୍ୟବହାର ଠିକ ଭାବେ ଆସୁନି ତେବେ ଆପଣ ନିଜ ପରିଚିତ ଓ ବିଶ୍ୱସ୍ତ ଲୋକଙ୍କୁ ସାଙ୍ଗରେ ନେଇଯାଇପାରିବେ ।
ଏକରୁ ଅଧିକ ଏଟିଏମ ଥିଲେ ସତର୍କ ହୁଅନ୍ତୁ
ଅନେକ ସମୟରେ ଗୋଟିଏ ସ୍ଥାନରେ ୨ରୁ ଅଧିକ ଏଟିଏମ ସେଟ୍ ଅପ କରିଦିଆଯାଏ । ଏହି ସମୟରେ ଆପଣଙ୍କ ପାଖରେ ଛିଡା ହୋଇଥିବା ଲୋକ ଆପଣଙ୍କ ପିନ୍ ଚୋରି କରିପାରନ୍ତି । ଏଥିପାଇଁ ଆପଣଙ୍କ ଅଧିକ ସତର୍କ ରହିବାକୁ ପଡିବ । ଏଟିଏମରେ ପିନ ଦେଲା ବେଳେ ହାତରେ ପିନ ଲୁଚାଇବାର ଟ୍ରିକ ବ୍ୟବହାର କରନ୍ତୁ । ଯେମିତି ପାଖ ଲୋକ ଆପଣଙ୍କ ପିନ ଦେଖିନପାରିବେ ।
ତେବେ ଏହି ଭଳି ଭାବେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଆପଣଙ୍କୁ ଏହି ସବୁ ଦିଗ ପ୍ରତି ନଜର ରଖିବାକୁ ହେବ । ଯଦି ଏଭଳି କିଛି ସନ୍ଦେହ ସୃଷ୍ଟି ହେଲା ତେବେ ସଙ୍ଗେ ସଙ୍ଗେ ସତର୍କ ହୋଇଯିବେ । ନଚେତ ଆପଣଙ୍କ ଅଜାଣତରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ । ତେଣୁ ଏହି ଏଟିଏମରୁ ଟଙ୍କା ଉଠାଇବା ବେଳେ ସାବଧାନ ନିହାତି ଜରୁରୀ ।