ଏ ହେଉଛି ଦୁନିଆର ସବୁଠାରୁ ବିଳାଶପୂର୍ଣ୍ଣ ଘର, ସିନେମା ହଲ ସହ ରହିଛି ୪ ଟି ସ୍ୱିମିଂପୁଲ, ଜାଣନ୍ତୁ କତେ ରହିଛି ଦାମ ?

203

କନକ ବ୍ୟୁରୋ : ପ୍ରତିଟି ମଣିଷର ଗୋଟିଏ ସ୍ୱପ୍ନ ଥାଏ । ଜୀବନ କାଳରେ ଏକ ସୁନ୍ଦର ଘର ନିର୍ମାଣ କରିବ ଓ ସେଠାରେ ସମସ୍ତ ବିଳାଶପୂର୍ଣ୍ଣ ସାମଗ୍ରୀ ରହିଥିବ । ହେଲେ ଏହା ସମସ୍ତଙ୍କ ପାଇଁ ସହଜ ହୋଇ ନଥାଏ । ହେଲେ ଆମେ ଏବେ ଯେଉଁ ଘର କଥା କହିବାକୁ ଯାଉଛୁ ତାହା ଦୁନିଆର ସବୁଠାରୁ ବିଳାଶପୂର୍ଣ୍ଣ ଘର ବୋଲି କୁହାଯାଉଛି ।

ସାରା ବିଶ୍ୱରେ ଆମେରିକା ଏକ ଧନୀଶାଳୀ ରାଷ୍ଟ୍ରଭାବେ ନିଜର ପରିଚୟ ସୃଷ୍ଟି କରିଛି । ଏଠାରେ ରହୁଥିବା ଲୋକମାନଙ୍କ ଜୀବନଧାରଣର ଶୈଳୀ ବେସ ପ୍ରଗତିଶୀଳ । ଏବେ ଆମେରିକାରେ ଏଭଳି ଏକ ଘର ନିର୍ମାଣ କରାଯାଉଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏହି ଘର ଭିତରେ ରହିଛି ସାରା ଦୁନିଆର ବିଳାଶପୂର୍ଣ୍ଣ ସୁବିଧା । ଆଗାମୀ କିଛିଦିନ ମଧ୍ୟରେ ଏହି ଘର ନିଲାମ କରାଯିବ । ଆପଣ ଚାହିଁଲେ ବି ଆପଣ ଏହି ନିଲାମରେ ଭାଗନେଇ ଘରଟିକୁ କିଣିପାରିବେ ।

ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଦି ସନ୍’ ର ରିପୋର୍ଟ ମୁତାବକ କାର୍ଲିଫର୍ଣ୍ଣିଆର ପାହାଡିଆ ଅଞ୍ଚଳରେ ଏହି ଘର ନିର୍ମାଣ କରାଯାଇଛି । ଏହି ବଙ୍ଗଳାର ନାମ ‘ଦି ୱାନ’ ରଖାଯାଇଛି । ଏହି ଘରର ଆକାର ପାଖାପାଖି ୧୦ ହଜାର ବର୍ଗଫୁଟ ରହିଛି । ଏହାସହ ବଙ୍ଗଳା ଭିତରେ ୨୧ ଟି ବିଳାଶପୂର୍ଣ୍ଣ ବେଡରୁମ ରହିଛି । ଅନ୍ୟପଟେ ୪ ଟି ସ୍ୱିମିଂ ପୋଲ ସହ ୪୫ ସିଟ୍ ବିଶିଷ୍ଟ ଏକ ସିନେମା ହଲ ବି ରହିଛି । କେବଳ ସେତିକି ନୁହେଁ ଏଠାରେ ୩୦ ଟି କାର ପାର୍କିଂ କରିପାରିବା ଭଳି ଗ୍ୟାରେଜ ବି ରହିଛି । ପ୍ରାତଃ ଭ୍ରମଣ କରିବାକୁ ରନିଂ ଟ୍ରାକ ସହ ଇଣ୍ଡୋର ସ୍ପାର ବି ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାର ଚାରିପଟକୁ ଖୋଲା ରଖା ଯାଇଛି । ଯାହାଦ୍ୱାରା ଆପଣ ଘର ଭିତରେ ଥାଇ ସହରର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଅନ୍ୟପଟେ ସବୁଠାରୁ ବଡକଥା ଏହି ଘର ନେଲେ ଆପଣଙ୍କୁ ପଡୋଶୀ ହିସାବରେ ହଲିଉଡ କଳାକାର ଜେନିଫର ଏନିଷ୍ଟନ ଓ ଟେସଲା କମ୍ପାନୀର ମାଲିକ ଏଲୋନ ମାସ୍କ ମିଳିପାରିବେ ।

ଏହି ସୁନ୍ଦର ଘରର ଡିଜାଇନ ସିନେମା ନିର୍ମାତାରୁ ଡେଭଲପର ହୋଇଥିବା ନିଲେ ନିଆମୀ କରିଛନ୍ତି । ତାଙ୍କୁ ଏହି ଘରର ସମ୍ପୂର୍ଣ୍ଣ କାମ ସାରିବାକୁ ପୁରା ୭ ବର୍ଷ ସମୟ ଲାଗିଛି । ଆମେରିକାର ୨୩୮ ମିଲିୟନ ଡଲାରରେ ବିକ୍ରି ହୋଇଥିବା ପେଣ୍ଟ ହାଉସ ଏବେ ବିଶ୍ୱର ସବୁଠାରୁ ଦାମି ଘର ଭାବେ ନାଁ କମାଇଛି । ହେଲେ ନିଲେ ନିଆମୀଙ୍କ କହିବା ମୁତାବକ ଏହି ବଙ୍ଗଳା ପେଣ୍ଟ ହାଉସ ଠାରୁ ବହୁ ଅଧିକା ଦାମରେ ବିକ୍ରି ହେବ ।