ଆପଣ ଜାଣିଛନ୍ତି କି ଭାରତ ଗସ୍ତ ସମୟରେ କେଉଁଠି ରାତି ବିତାଇଲେ ଟ୍ରମ୍ପ ଦମ୍ପତି? ଗୋଟିଏ ରାତି ପିଛା ସେହି ସ୍ଥାନର ଭଡା କେତେ?

871

କନକ ବ୍ୟୁରୋ : ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗତକାଲି ଭାରତରେ ପହଚିଂବା ପରେ ଟ୍ରମ୍ପଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିଲା । ତେବେ ଗତ ରାତିରେ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ଆଇଟିସି ହୋଟେଲ ମୌର୍ଯ୍ୟାରେ ରହିଲେ ଟ୍ରମ୍ପ ଦମ୍ପତି । ଏହି ହୋଟେଲରେ ଗୋଟିଏ ରାତି ପିଛା ଭଡା ରହିଛି ୮ ଲକ୍ଷ ଟଙ୍କା । ହୋଟେଲର ଗ୍ରାଣ୍ଡ ପ୍ରେସିଡେନସିଆଲ ଫ୍ଲୋରରେ ରହିଲେ ଟ୍ରମ୍ପ ଦମ୍ପତି । ୪ହଜାର ୬୦୦ ସ୍କାଏର ଫୁଟର ଏହି ରୁମରେ ରହିଛି ସମସ୍ତ ଅତ୍ୟାଧୁନିକ ସୁବିଧା । ରୁମର କାଚ ଝରକା ବୁଲେଟ୍ ପ୍ରୁଫ୍ ଯୁକ୍ତ । ରୁମକୁ ଯିବା ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ରହିଛି ।

ସ୍ୱତନ୍ତ୍ର ପାର୍କିଂବ୍ୟବସ୍ଥା ସହ ହାଇସ୍ପିଡ୍ ଏଲିଭେଟରର ସୁବିଧା ରହିଛି । ସ୍ୱତନ୍ତ୍ର ସିକ୍ୟୁରିଟି କଂଟ୍ରୋଲ ରୁମ୍ ମଧ୍ୟ ରହିଛି । ଏହି ପ୍ରାଇଭେଟ୍ ସୁଟରେ ଦୁଇଟି ରୁମ୍ ରହିଛି । ବଡ ଲିଭିଂ ରୁମ୍, ଷ୍ଟଡି ରୁମ୍, ୧୨ ସିଟ୍ ବିଶିଷ୍ଟ ଡାଇନିଂ, ସ୍ପା, ଜିମ୍ ସହ ପ୍ରାଇଭେଟ୍ ବୋର୍ଡ ରୁମ୍ ରହିଛି ଏହି ସ୍ୱତନ୍ତ୍ର ସୁଟରେ । ପୂର୍ବରୁ ଏହି ସୁଟରେ ଦଲାଇଲାମା, ବିଲ୍ କ୍ଲିଂଟନ, ଜର୍ଜ ବୁସ, ଟୋନି ବ୍ଲେୟାର, ଭ୍ଲାଡିମିର ପୁଟିନ, କିଙ୍ଗ ଅବଦ୍ଦୁଲା ଏବଂ ବ୍ରୁନେଇର ସୁଲତାନ ରହିସାରିଛନ୍ତି ।