କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଶତାଦ୍ଦୀର ମହାନାୟକ ଅମିତାଭ ବଚନ । ପ୍ରତିଦିନ ନିଜର ଅଗଣିତ ପ୍ରଶଂସକଙ୍କୁ ନିଜ ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେବାକୁ ସେ ଭୁଲୁନାହାନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କ ପୋଷ୍ଟକୁ ଅପେକ୍ଷା କରି ରହୁଛନ୍ତି ଫ୍ୟାନ । ଆଉ ସେହି ଅଗଣିତ ଫ୍ୟାନଙ୍କ ପାଇଁ ଟୁଇଟ ସହ ଏକ ମ୍ୟୁଜିକ ଭିଡିଓ ପୋଷ୍ଟ କରିଛନ୍ତି ଅମିତାଭ ବଚ୍ଚନ ।

Advertisment

ଏହି ଭିଡିଓଟିକୁ ତାଙ୍କ ନିକଟକୁ ପଠାଇଥିଲେ ଭିଡିଓରେ ନଜର ଆସୁଥିବା କଳାକାର । କଣ୍ଣାଟକି ଶାସ୍ତ୍ୀୟ ସଂଗୀତ ସହ ପାଶ୍ଚାତ୍ୟ ପପ ମ୍ୟୁଜିକକୁ ଫ୍ୟୂଜନ କରି ଭିଡିଓଟି ବନାଇଛନ୍ତି ଏହି କଳାକାର । ଅମିତାଭ ବଚନ ଏଂହି କଳାକାର ଚିହ୍ନନ୍ତି ନାହିଁ, ହେଲେ ତାଙ୍କ ସଂଗୀତରେ ମନ୍ତ୍ରମୁଗ୍ଧ ହୋଇପଡିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅମିତାଭ ବଚନଙ୍କ ଦିନକୁ ସୁଖମୟ କରିଦେଇଥିବାରୁ ଏହି ଅଜଣା ଫ୍ୟାନଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ଅମିତାଭ ବଚ୍ଚନ ।