ଚଳିତ ମାସ ଶେଷ ସୁଦ୍ଧା ଅର୍ଥାତ୍ ୩୧ ମଇ ସୁଦ୍ଧା ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଖାତାରେ ୩୪୨ ଟଙ୍କା ଜମା କରିବାକୁ ହେବ । ଯଦି ଆପଣ ଏଭଳି ନକରନ୍ତି ତେବେ ଆପଣଙ୍କୁ ଏଥିପାଇଁ ବଡ କ୍ଷତି ସହିବାକୁ ପଡିପାରେ । ତେବେ ଏହି ଖବର ସେହି ବ୍ୟକ୍ତିବିଶେଷମାନଙ୍କ ପାଇଁ ଯେଉଁମାନେ କି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ଉଠାଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନୁସାରେ ଲୋକଙ୍କୁ ଜୀବନ ବୀମାର ସୁବିଧା ମିଳିଥାଏ । ହେଲେ ଯଦି ୩୧ ମଇ ସୁଦ୍ଧା ଆପଣ ଆପଣଙ୍କ ବ୍ୟାଙ୍କ ଖାତାରେ କିସ୍ତି ବାବଦକୁ ୩୪୨ ଟଙ୍କା ଜମା ନକରନ୍ତି ତେବେ ଆପଣଙ୍କର ଏହି ଇନସ୍ୟୁରାନ୍ସ ରଦ୍ଦ ହୋଇଯିବ । ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ଦୁଇଟି ଯୋଜନା ଅନୁସାରେ କିଛି ଲୋକଙ୍କୁ ୪ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ମିଳିଥାଏ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନୁସାରେ କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ହେବା ଦ୍ୱାରା କିମ୍ବା ବିକଳାଙ୍ଗ ହେବା ଦ୍ୱାରା ଦୁଇ ଲକ୍ଷ ଟଙ୍କା ମିଳିଥାଏ । ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନୁସାରେ ଯିଦ ବୀମା କରିଥିବା ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ହୋଇ ଯାଏ ତେବେ ନୋମିନିଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ।
ଏଠାରେ ଆମେ କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ପ୍ରତି ବର୍ଷ ରିନ୍ୟୁ ହୋଇଥାଏ । ତେବେ ଆକାଉଂଟ ବାଲାନ୍ସ ମେଣ୍ଟେନ ନହେବା କାରଣରୁ ଆପଣଙ୍କ ଇନସ୍ୟୁରାନ୍ସ ରଦ୍ଦ ହୋଇଯିବ । ଏଥି ସହିତ ହିଁ ବ୍ୟାଙ୍କ ଆକାଉଂଟ ବନ୍ଦ ହେବାର ସ୍ଥିତିରେ ବି ଆପଣଙ୍କ ଇନସ୍ୟୁାରନ୍ସ ରଦ୍ଦ ହୋଇଯିବ । ଏହି ଯୋଜନା ଅନୁସାରେ କେବଳ ଗୋଟିଏ ବ୍ୟାଙ୍କ ଆକାଉଂଟକୁ ହିଁ ଏହି ଯୋଜନାରେ ଲିଙ୍କ କରାଯାଇପାରିବ ।