କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ ବୟାନ : ଟିକା ନେଲେ ବି ହୋଇପାରେ କରୋନା

କିନ୍ତୁ ରୋଗୀଙ୍କ ଗୁରୁତର ଅବସ୍ଥାକୁ ରୋକିବ ଟିକା; ସେପଟେ ଟିକା ଅଭାବ ପାଇଁ ଗତକାଲି ୨ଟି ସ୍ଥାନରେ ବନ୍ଦ ଥିଲା ଟିକାକରଣ

229

କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ବଡ ବୟାନ । ଟିକା ନେଲେ ବି ହୋଇପାରେ କରୋନା । ହେଲେ ରୋଗୀଙ୍କ ଗୁରୁତର ଅବସ୍ଥାକୁ ରୋକିବ ଟିକା । ଏହା ସହ ସେ କହିଛନ୍ତିି ଟିକା ଅଭାବ ଯୋଗୁଁ ଗତକାଲି ସୋନପୁର ଓ କୋରାପୁଟ ୨ଟି ଜିଲ୍ଲା ଟିକାକରଣ ବନ୍ଦ ରହିଥିଲା । ଏବେ କୋଭିସିଲ୍ଡର ୩ଲକ୍ଷ ଟିକା ଓ କୋଭାକ୍ସିନର ୧ ଲକ୍ଷ ଟିକା ରହିଛି । ଯେତିକି ଟିକା ମହଜୁଦ ରହିଛି ଆଜି ସବୁ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଆଶା ଅଛି ଜଲଦି ରାଜ୍ୟରେ ଟିକା ପହଂଚିବ ବୋଲି ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ ।