କନକ ବ୍ୟୁରୋ : ଯଦି ଏଟିଏମରୁ ଚିରା ନୋଟ୍ ବାହାରେ ତାହେଲେ କଣ କରିବେ? ଯଦି ବ୍ୟାଙ୍କରୁ ଟଙ୍କା ଉଠାଇବା ସମୟରେ ଆପଣଙ୍କ ହାତରେ ଚିରା ନୋଟ୍ ଲାଗିଯାଏ ତାହେଲେ ଆପଣ କଣ କରିବେ? ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକ ନାହିଁ । ଦେଶର ବଡ ବ୍ୟାଙ୍କ୍ ଏସବିଆଇ ଜାରି କରିଛି ନୂଆ ନିୟମ । ଅଭିଯୋଗ କରି ଗ୍ରାହକ ଚିରା ନୋଟକୁ ବଦଳି କରିପାରିବେ ।
ଚିରା-ଫଟା ନୋଟକୁ ନେଇ ଲୋକଙ୍କ ମନରେ ଯେଉଁସବୁ ପ୍ରଶ୍ନ ଉଠୁଥିଲା ତା’ ଉପରେ ପୁର୍ଣ୍ଣଛେଦ ଟାଣିଛି ଏସବିଆଇ । ଯେଉଁଠି ଅନ୍ୟ ବ୍ୟାଙ୍କଗୁଡିକ ଚିରା-ଫଟା ନୋଟକୁ ବଦଳି କରିବା ପାଇଁ ରାଜି ହୁଅନ୍ତି ନାହିଁ, ସେଠାରେ ଏସବିଆଇ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଜଣେ ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ଦେଇ ଏସବିଆଇ କହିଛି । ଯଦି କୌଣସି ବି ଗ୍ରାହକ ଚିରା ଫଟା ନୋଟ ନେଇ ଅଭିଯୋଗ ଆଣନ୍ତି ତେବେ ସେହି ଚିରା ନୋଟର ଗୁଣବତା ଯାଞ୍ଚ କରି ସେହି ନୋଟକୁ କୌଣସି ବି ବ୍ରାଞ୍ଚରୁ ଗ୍ରାହକ ବଦଳି କରିପାରିବେ ।
ଯଦି ଏଟିଏମରୁ ଚିରା ନୋଟ୍ ବାହାରେ ତେବେ ସେହି ନୋଟକୁ ବଦଳି କରିବା ପାଇଁ ଆପଣଙ୍କୁ ସେହି ବ୍ୟାଙ୍କରେ ଆବେଦନ କରିବାକୁ ପଡିବ । ଏଟିଏମରୁ ଟଙ୍କା ଉଠାଣ ତାରିଖ, ସମୟ ଏବଂ ଏଟିଏମର ଲୋକେସନ ଲେଖିବାକୁ ପଡିବ । ଏହା ସହିତ ଟଙ୍କା ଉଠାଣ ସ୍ଲିପ୍ ମଧ୍ୟ ଆଟାଜ୍ କରିବାକୁ ପଡିବ । ଯଦି ଆପଣଙ୍କ ପାଖରେ ସ୍ଲିପ୍ ନଥିବ ତେବେ ମୋବାଇଲକୁ ଆସିଥିବା ମେସେଜର ସମସ୍ତ ବିବରଣୀ ଦେବାକୁ ପଡିବ । ଆରବିଆଇର ରିପୋର୍ଟ ଅନୁଯାୟୀ, କୌଣସିବି ସରକାରୀ ବ୍ୟାଙ୍କ ଟଙ୍କାକୁ ବଦଳି କରିବା ପାଇଁ ମନା କରିବେ ନାହିଁ । ଆଉ ଏହି ଟଙ୍କା ବଦଳି ପ୍ରକ୍ରିୟାରେ ଅଧିକ ସମୟ ମଧ୍ୟ ଲାଗିବ ନାହିଁ ।
ଏବେ ଆସନ୍ତୁ ଜାଣିବା କେମିତି ଅଭିଯୋଗ କରିବେ ଗ୍ରାହକ । ଏସବିଆଇ ଜାରି କରିଥିବା  https://crcf.sbi.co.in/ccf/ under General Banking// Cash Related category ଏହି ଲିଙ୍କ ଉପରେ କ୍ଲିକ୍ କରି ଅଭିଯୋଗ କରିପାରିବେ । ଏହି ଲିଙ୍କ ଏସବିଆଇ ଏଟିଏମ୍ ପାଇଁ ଅଟେ