ବିନା ରେଜିଷ୍ଟର ମୋବାଇଲ ନମ୍ବରରେ କରନ୍ତୁ ଆଧାରକାର୍ଡ ଡାଉନଲୋର୍ଡ: ଜାଣନ୍ତୁ ପୂରା ପ୍ରକ୍ରିୟା…

794

କନକ ବ୍ୟୁରୋ: ଆମ ଦୈନନ୍ଦିନ ଜୀବନରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ସବୁ କାମରେ ଆଧାରକାର୍ଡର ଆବଶ୍ୟକତା ପଡିଥାଏ । ହେଲେ ଯେତେବେଳେ ଆଧାର ହଠାତ ଦରକାର ପଡିଥାଏ ସେତେବେଳେ ଯଦି ଆଧାରକାର୍ଡ ନମିଳେ ତେବେ ଆମେ ଅନଲାଇନରୁ ଏହାକୁ ଡାଉନଲୋର୍ଡ କରିଦେଉ । କିନ୍ତୁ ଅସୁବିଧା ସେତେବେଳେ ହୁଏ ଯେତେବେଳେ ଆଧାରକାର୍ଡ ସହ ମୋବାଇଲ ନମ୍ବର ରେଜିଷ୍ଟର ନଥାଏ । କାରଣ ମୋବାଇଲ ନମ୍ବର ରେଜିଷ୍ଟର ନଥିଲେ ଆଧାରକାର୍ଡ ଡାଉନଲୋଡ ହୋଇନଥାଏ ।

ଏଭଳି ପରିସ୍ଥିତିରେ ଆଉ ଟେନସନ ନେବାର ଆବଶ୍ୟକତା ନାହିଁ । କାରଣ ଆଧାରକାର୍ଡ ଡାଉନଲୋର୍ଡ କରିବା ହୋଇଛି ସହଜ । ବିନା ରେଜିଷ୍ଟର ନମ୍ବରରେ ବି ଆପଣ ଆଧାରକାର୍ଡ ଡାଉନଲୋର୍ଡ କରିପାରିବେ । ତେବେ ଆସନ୍ତୁ ଜାଣିବା କେମିତି ସହଜରେ ଆଧାରକାର୍ଡ ଡାଉନଲୋର୍ଡ କରିହେବ ।

ପ୍ରଥମେ ଆପଣଙ୍କୁ ୟୁଆଇଡିଓଆଇର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
-ଏହାପରେ ହୋମ ପେଜରେ ଥିବା ‘ମାଇଁ ଆଧାର’ ଅପ୍ସନ ଉପରେ କ୍ଲିକ କରନ୍ତୁ
-ପରେ ଅର୍ଡର ଆଧାର ପିଭିସି କାର୍ଡ ଉପରେ କ୍ଲିକ କରିବେ
-ଏସବୁ ପରେ ଆପଣଙ୍କ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ସଂଖ୍ୟା ବିଶିଷ୍ଟ ଭିଆଇଡି ନମ୍ବର ଦେବାକୁ ହେବ
-ଏହା ପୂରଣ ହେବା ପରେ ଆପଣଙ୍କୁ ସିକ୍ୟୁରିଟି କୋର୍ଡ ଦେବାକୁ ହେବ
-ଏହାପରେ ଆପଣଙ୍କୁ ମାଇଁ ମୋବାଇଲ ନମ୍ବର ନଟରେଜିଷ୍ଟରଡ୍ ଅପ୍ସନ ଉପରେ କ୍ଲିକ କରିବାକୁ ହେବ
-ଏହାକୁ କ୍ଲିକ କରିବା ପରେ ଆପଣ ଆପଣଙ୍କ ବିନା ରେଜିଷ୍ଟର ନମ୍ବର ଦେବେ
-ମୋବାଇଲ ନମ୍ବର ଦେବା ପରେ ସେଣ୍ଡ ଓଟିପି ଉପରେ କ୍ଲିକ କରିବେ
-ଏହାପରେ ଓଟିପି ଦେଇ ସବମିଟ ଅପ୍ସନ ଉପରେ କ୍ଲିକ କରିଦେବେ
-ଶେଷରେ ଆପଣଙ୍କୁ ଆଧାରକାର୍ଡ ପାଇଁ ପେମେଣ୍ଟ ଅପ୍ସନ ଦେଖାଇବ । ଏହାସହ ପିଡିଏଫ ଡାଉନଲୋର୍ଡ କରିବା ପାଇଁ ଆପଣଙ୍କୁ ଆପଣଙ୍କ ସିଗନେଚର ଡାଉନଲୋର୍ଡ କରିବାକୁ ହେବ

ଏସବୁ ହୋଇ ସାରିଲା ଆପଣଙ୍କୁ ଏକ ସର୍ଭିସ ରିକ୍ୱେଷ୍ଟ ନମ୍ବର ମିଳିବ । ଏହା ଜରିଆରେ ଆପଣ ଆପଣଙ୍କ ଆଧାରର ଷ୍ଟାଟସ ଜାଣିପାରିବେ । ସବୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁଆଇଡିଏଆଇ ଆଧାର ପିଭିସି କାର୍ଡର ଆରମ୍ଭ କରିଛନ୍ତି । ଯାହାଦ୍ୱାରା ଲୋକମାନେ ସହଜ ସୁବିଧା ପାଇପାରିବେ ।