କନକ ବ୍ୟୁରୋ : କାରରେ ବୁଲିବାକୁ କାହାକୁ ବା ଭଲ ଲାଗେ ନାହିଁ । ନିଜ କାରରେ ବୁଲିବାକୁ ସମସ୍ତଙ୍କ ଗୋଟିଏ ସ୍ୱପ୍ନ ଥାଏ । କିନ୍ତୁ କାରର ମୂଲ୍ୟ ବହୁ ଅଧିକ ରହୁଥିବାରୁ ଅଧିକାଂଶ ଲୋକଙ୍କ ସ୍ୱପ୍ନ ଭାଙ୍ଗିଯାଏ । ତେବେ ଏଣିକି ଆଉ କାହାର ସ୍ୱପ୍ନ ଭାଙ୍ଗିବ ନାହିଁ । କାରଣ ସ୍ୱଳ୍ପମୂଲ୍ୟରେ ଦେଶରେ ଏମିତି ଏକ କାର ନିର୍ମାଣ ହୋଇଛି ଯେ, ସମସ୍ତେ କିଣିପାରିବେ ଆଉ ନିଜର ସ୍ୱପ୍ନ ବି ପୂରଣ କରିପାରିବେ ।
କାରର ମୂଲ୍ୟ ୮୦ ହଜାର । ଆଜ୍ଞା ହଁ ମାତ୍ର ୮୦ ହଜାର ଟଂକାରେ ଆପଣ କିଣିପାରିବେ କାର । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଘରେ ବ୍ୟବହୃତ ସାଧାରଣ ପାୱାର ବୋର୍ଡ ସହିତ କାରକୁ କରିପାରିବେ ଚାର୍ଜ । ଏହି ସ୍ୱତନ୍ତ୍ର କାରର ଡିଜାଇନିଂ ଏମିତି ରହିଛି ଯେ, ଯେ କେହି ଆକର୍ଷିତ ହେବ । ଆଇଟିଏସ କଲେଜ ପ୍ରଫେସର ମହିପ ସିଂଙ୍କର ଏକ ସ୍ୱପ୍ନ ଥିଲା ଯେ, ଅଳ୍ପ ରୋଜଗାର ଥିବା ଲୋକମାନେ ନିଜର ଏକ କାର କିଣିପାରିବେ ।

Advertisment

ବଜାରକୁ ଆସିଲା ସବୁଠାରୁ ଶସ୍ତାକାର
୮୦ ହଜାର ଟଙ୍କାରେ ମିଳିବ କାର

ଥରେ ଚାର୍ଜ କଲେ ଯିବ ୧୦୦ କିମି ବାଟ
କାରର ଚଉଡା ମାତ୍ର ୩ ଫୁଟ୍

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, କରୋନା ପାଇଁ ଦେଶରେ ହୋଇଥିବା ଲକଡାଉନ ସମୟରେ ହିଁ ଏହି କାର ସମ୍ପର୍କରେ ଚିନ୍ତା କରିଥିଲେ । ଆଉ ୩ ମାସର ପରିଶ୍ରମ ପରେ ପ୍ରସ୍ତୁତ ହୋଇଥିଲା କାର ।

ଜାଣନ୍ତୁ କଣ ରହିଛି କାରର ଫିଚର?

କାରରେ ୪ଟି ସିଟ୍ ରହିଛି । ଛୋଟ ପରିବାର ଅତି ସହଜରେ କରିପାରିବେ ଯାତ୍ରା
କାର ମଧ୍ୟରେ ଏକ ଲିଥିୟମ ଫେରୁସ ବ୍ୟାଟେରୀ ରହିଛି ଯାହାକି ୨ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ
କାରର ସର୍ବାଧିକ ବେଗ ଘଣ୍ଟପ୍ରତି ରହିଛି ୪୦ କିମି
ଡିଜାଇନ, ରଙ୍ଗ, ଚକ, ଲାଇଟ୍ ଓ ମିଟର ସହ କାରକୁ ଏକ ଆକର୍ଷଣୀୟ ଲୁକ ଦିଆଯାଇଛି
କାରରେ ଡିଜିଟାଲ ମିଟର ଓ ଡିସ ବ୍ରେକ ବି ରହିଛି
କାରର ମୋଟ କ୍ଷମତା ୧୫୦୦ ୱାଟ ରହିଛି
ଭୂମିରୁ କାରର ଉଚ୍ଚତା ୬ ଇଞ୍ଚ ଓ ଓଜନ ୧୨୦ କେଜି ରହିଛି
କାରଟି ସ୍ୱୟଂ ଚାଳିତ ରହିଛି
ଥରେ ଚାର୍ଜ ହେଲେ ଯିବ ୧୦୦ କିମି ବାଟ କାରଟି ମାତ୍ର ୬ ସେକେଣ୍ଡରେ ୪୦ କିମି ବେଗରେ ପହଞ୍ଚିପାରେ

କାରଟି ତିଆରି କରିବା ପାଇଁ ଇସ୍ପାତ ଏବଂ ଆଲୁମିନିୟମ କମ୍ପୋଜିଟ ସିଟ୍ ବ୍ୟବହାର କରାଯାଇଛି । ସାଧାରଣ ଭାବରେ କାରର ଲମ୍ବ ୯ ଫୁଟ ଲମ୍ବ ଓ ୫ ଫୁଟ ଚଉଡା ରହିଥାଏ । କିନ୍ତୁ ଏହିକାରର ଲମ୍ବ ସାଢେ ୬ ଫୁଟ ରହିଥିବା ବେଳେ ଚଉଡା ମାତ୍ର ୩ ଫୁଟ ରହିଛି । ତେଣୁ ଅତି ଛୋଟ ସ୍ଥାନରେ କାରଟି ପାର୍କିଂ ହୋଇପାରିବ ।

ତେବେ ଏହି ନୂତନ କାର ତିଆରି ହେବା ପରେ ଲୋକମାନେ ଏହାକୁ ଦେଖି ବେଶ ପ୍ରଶଂସା କରିଛନ୍ତି । କେହି କେହି କିଣିବା ପାଇଁ ଆଗ୍ରହ ବି ପ୍ରକାଶ କରିଛନ୍ତି । କାରଟି କେମିତି ନିର୍ମାଣ ହୋଇଛି ତାହାର ଶୈଳୀ ମଧ୍ୟ ଅନେକ ମାଗିଥିବା ନେଇ ମହିପ କହିଛନ୍ତି । ଯେହେତୁ କାରଟି ଉପରୁ ପୂରା ଖୋଲା ରହିଛି ତେଣୁ କାରକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିବା ପାଇଁ କେହି କେହି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ କାରଟିରେ କଭର ଖୁବଶୀଘ୍ର ଲାଗୁ କରାଯିବ । ଆପଣମାନେ କହିପାରିବେ କି ଟାଟା କମ୍ପାନୀ ପକ୍ଷରୁ ଦେଶର ସବୁଠାରୁ ଛୋଟ ଆଉ କମ ମୂଲ୍ୟର କାର ନିର୍ମାଣ କରାଯାଇଛି କିନ୍ତୁ ଏହି କାରର ନିର୍ମାଣ ହେବା ପରେ ଦେଶର ଏହା ସବୁଠାରୁ ଛୋଟ କାରର ମାନ୍ୟତା ପାଇବ ବୋଲି ଚର୍ଚ୍ଚା ହେଉଛି ।