ଲିଫ୍ଟ ଦେଲେ ଜରିମାନା ସହ ଯିବାକୁ ପଡିପାରେ ଜେଲ୍ ! ଜାଣନ୍ତୁ କଣ କହୁଛି ନିୟମ

849

ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଲିଫ୍ଟ ଦେଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କର ଏହି ଗୋଟିଏ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏଥିପାଇଁ ଜରିମାନା ଦେବା ସହ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ । ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୬୬ ଅନୁସାରେ କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ଆଇନ ବିରୁଦ୍ଧ ।

ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦିଅନ୍ତି ତେବେ ଆପଣ ଆପଣଙ୍କର ବ୍ୟକ୍ତିଗତ ଗାଡିକୁ କମର୍ସିୟାଲ ବ୍ୟବହାର କରୁଥିବାର ଗ୍ରହଣ କରାଯିବ । ଏହା ଦ୍ୱାରା ଆପଣ ଜରିମାନା ଦେବା ସାଙ୍ଗକୁ ଜେଲ ଦଣ୍ଡ ମଧ୍ୟ ଭୋଗିପାରନ୍ତି । ଆପଣଙ୍କୁ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ବି ପଡିପାରେ ।

ସେହିଭଳି ଯଦି ଆପଣ ପ୍ରଥମ ଥରର ଏହି ଭୁଲକୁ ନ ସୁଧାରନ୍ତି ଓ ଦ୍ଵିତୀୟ ଥର ଧରାପଡନ୍ତି ତେବେ ଆପଣଙ୍କୁ ୧୦ ହଜାର ଟଙ୍କାର ଜରିମାନା ସହ ୩ମାସରୁ ବର୍ଷେ ଯାଏଁ ଜେଲ ଯିବାକୁ ପଡିପାରେ । କିନ୍ତୁ ଦୁର୍ଘଟଣାରେ କୌଣସି ଆହତ ବ୍ୟକ୍ତିଙ୍କୁ ଯଦି ଆପଣ ମେଡିକାଲ ନେଉଥାନ୍ତି କିମ୍ବା କୌଣସି ଅସହାୟ ବ୍ୟକ୍ତିଙ୍କୁ ଲିଫ୍ଟ ଦିଅନ୍ତି ତେବେ ଏହି ଆଇନ ଅଧୀନରେ ତାହା ଆସିବା ନାହିଁ ।