ଘରେ ବସି କିଛି ଏଭଳି ଭାବରେ ଆପଣ ମଧ୍ୟ ଖେଳିପାରିବେ କେବିସି ! ଜାଣନ୍ତୁ ଭାଗ ନେବା ପାଇଁ କଣ କରିବାକୁ ହେବ ।

Advertisment
ପୁଣି ମିଳିବ କୋଟିପତି ହେବାର ସୁଯୋଗ । ଖୁବ ଶୀଘ୍ର ଆସୁଛି କେବିସି ସିଜିନ୍-୧୩ ।

image courtesy - www.indiatoday.in

କୋନ ବନେଗା କରୋଡପତି କେବଳ ପ୍ରତିଯୋଗୀ ନୁହେଁ, ବରଂ ସାଧାରଣ ଜନତା ମଧ୍ୟ ଏହାକୁ ନିଜ ଘରେ ବସି ଖେଳିପାରିବେ । ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଯେକୌଣସି ବ୍ୟକ୍ତି ପୁରସ୍କାର ଜିତିପାରିବେ । ଆଉ ଏଥିପାଇଁ ଆପଣଙ୍କୁ କିଛି ପଦକ୍ଷେପ ନେବା ପାଇଁ ପଡିବ । ପ୍ରଥମେ ଆପଣଙ୍କୁ ଆପଣଙ୍କ ସ୍ମାର୍ଟଫୋନର ପ୍ଲେ ଷ୍ଟୋରକୁ ଯାଇ ସୋନି ଲାଇଭ୍ ଆପ୍ ଡାଉନଲୋଡ କରିବାକୁ ହେବ । ଏହା ପରେ ଏହି ଆପରେ ନିଜ ରେଜିଷ୍ଟ୍ରେସନ କରନ୍ତୁ । ଆଉ ଏଥିରେ ଆପଣଙ୍କ ନାମ, ଜନ୍ମତାରିଖ ଏବଂ ଫଟୋ ଇତ୍ୟାଦି ପୂରଣ କରନ୍ତୁ । ଏହା ପରେ ଆପଣଙ୍କୁ ଲାଇଭ ପ୍ରଶ୍ନ ପଚରାଯିବ । ଯାହାକି କୋନ ବନେଗା କରୋଡପତିର ଏପିସୋଡରେ ପଚରା ହୋଇଥିବ ।

publive-image

ଏହା ପରେ ସଠିକ ଉତ୍ତର ଦେଇଥିବା ବ୍ୟକ୍ତିମାନଙ୍କ ସ୍କୋର ଆଧାରରେ ସେମାନଙ୍କୁ ସମ୍ପର୍କ କରାଯିବ ଏବଂ ତାଙ୍କୁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ । ଏହି ଭଳି ଭାବରେ ହଟ୍ ସିଟ୍ ବାହାରେ ଏହି ଖେଳକୁ ଘର ବେଠେ ଜିତୋ ଜାକପଟ୍ ନାମ ଦିଆଯାଇଛି । ତେବେ ପୁରସ୍କାର ଭାବରେ ଖେଳାଳୀମାନେ ଆମେରିକାର ଟ୍ରିପ୍, ସ୍କୁଟର, ଲକ୍ଷ ଲକ୍ଷ ଟଙ୍କାର ଆମାଜନ ଭାଉଚର୍ସ ଏବଂ ଜିଓ ଡାଟା ପ୍ୟାକ୍ ଆଦି ଜିତିପାରିବେ । କୋନ ବନେଗା କରୋଡପତିର ଆଉ ଏକ ନୂଆ ଅଧ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଯାଇଛି । ସୋମବାର ଦିନ ହରିୟାଣାର ସୋନିଆ ଯାଦବ ୧୨.୫୦ ଲକ୍ଷ ଟଙ୍କା ଜିତିଛନ୍ତି । ସେହିପରି ମଙ୍ଗଳବାର ବିହାରର ସୋମେଶ କୁମାର ଚୌଧୁରୀ ୨୫ ଲକ୍ଷ ଜିତିବା ସହ ଏବେବି ଖେଳରେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe