କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘର ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା କରୁଛନ୍ତି । ଯଦି ଏଭଳି ପରିସ୍ଥିତିରେ ଆମ ଆଧାରକାର୍ଡ ହଜି ଯାଏ ଆଉ ଆଧାରକାର୍ଡରେ ନମ୍ବର ରେଜିଷ୍ଟର ନଥାଏ କିମ୍ବା ନମ୍ବର ମନେ ନଥାଏ ତେବେ ଅନେକ ହଇରାଣ ହେବାକୁ ପଡେ ।
ୟୁଆଇଡିଏଆଇ ଅନୁସାରେ ଆଧାରକାର୍ଡ ଡାଉନଲୋର୍ଡ ପାଇଁ ରେଜିଷ୍ଟର ଫୋନ ନମ୍ବର ଆବଶ୍ୟକ ପଡିଥାଏ । ହେଲେ ଯଦି କେହି ନିଜ ମୋବାଇଲ ନମ୍ବର ରେଜିଷ୍ଟର କରିନଥିବ ବା ମୋବାଇଲ ନମ୍ବର ମନେ ନଥିବ ସେମାନେ କଣ କରିବେ । ଏହାକୁ ନଜରରେ ରଖି ୟୁଆଇଡିଏଆଇ ଉପଭୋକ୍ତାଙ୍କ ପାଇଁ ଏକ ସହଜ ଉପାୟ ଜାରି କରିଛି । ଏଣିକି ବିନା ଫୋନ ନମ୍ବରରେ ବି ନୂଆ ଆଧାରକାର୍ଡ ଡାଉନଲୋର୍ଡ କରିପାରିବେ ।
ତେବେ ଆସନ୍ତୁ ଜାଣିବା କେମିତି
-ପ୍ରଥମେ ଟଊଇଓ ର ୱେବସାଇଟକୁ ଯିବ । ସେଠାରେ ଙ୍କସୟବସ.ଶକ୍ଟଙ୍ଖ.ସଦ୍ଭ ରେ ଲଗଇନ କରିବେ । 
-ଏହାପରେ ମାଇଁ ଆଧାର ବିକଳ୍ପ ଉପରେ କ୍ଲିକ କରିବେ । 
-ଏବେ ଅର୍ଡର ଆଧାର ରିପ୍ରିଣ୍ଟ ଉପରେ କ୍ଲିକ କରିବେ । 
-ପରେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ଅଙ୍କ ବିଶିଷ୍ଟ ଭିଆଇଡି ନମ୍ବର ଭରିବେ । ଏହାପରେ ସିକ୍ୟୁରିଟି କୋର୍ଡ ଦେବେ । 
-ଏହାପରେ ମାଇଁ ମୋବାଇଲ ନମ୍ବର ଇଜ ନଟ ରେଜିଷ୍ଟର ଉପରେ କ୍ଲିକ କରିବେ । 
-ଏବେ ଆପଣ ସେଠାରେ ମୋବାଇ ନମ୍ବର ଦେବେ ଯାହା ଆପଣଙ୍କ ଆଧାରକାର୍ଡ ସହ ରେଜିଷ୍ଟର ନଥିବ । 
-ଏହାପରେ ସେଣ୍ଡ ଓଟିପି ଉପରେ କ୍ଲିକ କରିବେ । 
-ନିୟମ ଓ ସର୍ତ୍ତ ବିକଳ୍ପର ସାମ୍ନା ବକ୍ସରେ କ୍ଲିକ କରିବେ । 
-ଏହାପରେ ସବମିଟ କରିବେ । 
-ଏସବୁ ପରେ ଆପଣଙ୍କ କମ୍ପ୍ୟୁଟର ମନିଟର ଉପରେ ପ୍ରିଭିୟୁ ଆଧାର ଲେଟର ଯିବ । 
-ପରେ ଇ-ଆଧାର ଡାଉନଲୋର୍ଡ ପାଇଁ ଆପଣ ପେମେଣ୍ଟ କରିବେ । 
-ଶେଷରେ ଆପଣ ଆପଣଙ୍କ ଇ-ଆଧାରର ପିଡିଏଫ ଡାଉନଲୋର୍ଡ କରିପାରିବେ ।
ଯଦି ଆପଣ ଆପଣଙ୍କ ଆଧାରକାର୍ଡରେ ମୋବାଇଲ ନମ୍ବର ରେଜିଷ୍ଟର କରିନାହାନ୍ତି ଆଉ ଆଧାର କାର୍ଡ ହଜି ଯାଇଛି, ତେବେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଭଳି ସହଜ ଉପାୟରେ ଆପଣ ପୁଣି ଆପଣଙ୍କ ଆଧାର କାର୍ଡ ପାଇପାରିବେ । ହେଲେ ଆପଣଙ୍କୁ ଆଧାର ନମ୍ବର ନିହାତି ଭାବେ ମନେ ରଖିବାକୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/20cfeffe-ca1f-4a51-91b3-850063d0f9c3.jpg)