କନକ ବ୍ୟୁରୋ: ଆଉ ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସରେ ନିଜର ୨ ହଜାର ଟଙ୍କିଆ ନୋଟ୍ ଆରବିଆଇର ଆଂଚଳିକ କାର୍ଯ୍ୟାଳୟକୁ ପଠାଇପାରିବେ । ବିଶେଷ କରି ବ୍ୟକ୍ତିଗତ ଭାବେ ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇପାରୁ ନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବିକଳ୍ପ ବେଶ ଏବେ ଲାଭଦାୟକ ହେବାକୁ ଯାଉଛି । ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ ରିସେପଟେକେଲ ବା ଟିଏଲଆର ଫର୍ମ ମଧ୍ୟ ପ୍ରଦାନ କରୁଛି । ନିରବଚ୍ଛିନ୍ନ ଏବଂ ସୁରକ୍ଷିତ କ୍ରେଡିଟ୍ ପାଇଁ ଆରବିଆଇକୁ ସେମାନଙ୍କର ୨,୦୦୦ ଟଙ୍କିଆ ନୋଟ୍ ପଠାଇବା ପାଇଁ ବୀମାକୃତ ପୋଷ୍ଟ ସେବାର ଉପଯୋଗ କରିବାକୁ ଆରବିଆଇ ପ୍ରୟାସ କିରିଛି । ଦେଶର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ବାହାରେ ଲାଗୁଥିବା ଲମ୍ବା ଧାଡିକୁ ଦେଖି ଆରବିଆଇ ଏଭଳି ଏକ ନିଷ୍ପତ୍ତିି ନେଇଛି ବୋଲି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ରୋହିତ ପି ଦାସ କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଉଭୟ ଟିଏଲଆର ଏବଂ ବୀମାକୃତ ପୋଷ୍ଟ ବିକଳ୍ପ ଅତ୍ୟନ୍ତ ସୁରକ୍ଷିତ ଏବଂ ଏହାର ବ୍ୟବହାର ନେଇ ଜନସାଧାରଣଙ୍କର କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । କେବଳ ଦିଲ୍ଲୀ ଆରବିଆଇ ଅଫିସକୁ ପାଖାପାଖି ୭୦୦ ଟିଏଲଆର ଫର୍ମ ମିଳିସାରିଛି ବୋଲି ସେ କହିଛନ୍ତି । ଗତ ମେ’ ୧୯ ତାରିଖରେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲା । ସେବେଠାରୁ ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨ ହଜାର ଟଙ୍କିଆ ନୋଟ୍ ମଧ୍ୟରୁ ୯୭ ପ୍ରତିଶତରୁ ଅଧିକ ନୋଟ୍ ଫେରସ୍ତ ହୋଇଛି । ଏବେ ଆରବିଆଇର ଶାଖା କାର୍ଯ୍ୟାଳୟ ଗୁଡିକରେ ନୋଟ୍ ବଦଳ ହେଉଛି ।