ଜମ୍ମୁ-କାଶ୍ମୀରର ସ୍ଥିତି ସଂଗୀନ୍ । ଶ୍ରୀନଗର ସମେତ କିଛି ଜିଲ୍ଲାରେ ସେନା ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କର୍ଫ୍ୟୁ ଲଗାଇବା ପାଇଁ ଅନୁରୋଧ କରାଯାଇଛି । ଏଭଳି ସ୍ଥିତିରେ କାଶ୍ମୀର ଘାଟିରେ ମଧ୍ୟ କେତେବେଳେ ବି କର୍ଫ୍ୟୁ ଲାଗିବାର ସମ୍ଭାବନା ରହିଛି । ଘାଟିରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ ମଧ୍ୟ ଠପ୍ କରାଯାଇଛି । ଶ୍ରୀନଗରରେ ଅଗଷ୍ଟ ୫ ତାରିଖରୁ ଧାରା -୧୪୪ ଲଗାଇ ଦିଆଯାଇଛି । ଯାହା ଆଗାମୀ ଆଦେଶ ପର୍ଯ୍ୟନ୍ତ ଲାଗୁ ରହିବ । ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନଜରବନ୍ଦ ରହିଥିବା କଥା କହିଛନ୍ତିି ଏବଂ ତାଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ଶଶି ଥରୁର୍ ।

Advertisment

publive-image

ପ୍ରତିଟି ଲୋକତାନ୍ତ୍ରିକ ଭାରତୀୟ କାଶ୍ମୀରର ମୁଖ୍ୟଧାରାର ନେତାଙ୍କ ସାଙ୍ଗରେ ରହିଛନ୍ତି । କାରଣ ସରକାରଙ୍କ ମନରେ ଥିବା କଥାକୁ ଆପଣ ହିଁ ସାମ୍ନା କରିବେ । ସଂସଦରେ ଏବେ ବି ସର୍ତ୍ତ ଚାଲୁ ରହିଛି ଆଉ ଆମ ସ୍ୱର ବି ଆଉ ଚୁପ୍ ହୋଇ ରହିବନି । ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଟ୍ୱିଟ୍ କରି କହିଛନ୍ତି , “ଏହା କିଭଳି ବିଡମ୍ବନା ଆମ ଭଳି ଚୟନ କରାଯାଇଥିବା ପ୍ରତିନିଧି ମାନେ ଆଜି ଘରେ ନଜରବନ୍ଦୀ ହୋଇ ରହିଛନ୍ତି । ସାରା ଦୁନିଆ ଦେଖୁଛି ଯେ ଜମ୍ମୁ-କାଶ୍ମୀରରେ ରହୁଥିବା ଲୋକ ଏବଂ ତାଙ୍କ ସ୍ୱରର ଗଳା ଦବାଇ ଦିଆଯାଉଛି । ଯେଉଁ କାଶ୍ମୀର କେବେ ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଭାରତକୁ ଚୟନ କରିଥିଲା ଆଜି ସେ ଅକଳ୍ପନୀୟ ଉତ୍ପୀଡନର ଶିକାର ହେଉଛି । ‘ଉଠ ଭାରତ ଉଠ’ ।”

publive-image

ଗୃହମନ୍ତ୍ରୀଙ୍କ ବୈଠକ : କାଶ୍ମୀର ଘାଟିରେ ଆତଙ୍କବାଦୀ ଆକ୍ରମଣ ବିପଦ ଏବଂ ଦେଶର ସୁରକ୍ଷା ଏବଂ ରଣନୀତିର ସମୀକ୍ଷା କରିବା ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହା ରବିବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦ ଭବନ ସ୍ଥିତ ନିଜ କାର୍ଯ୍ୟାଳୟରେ ଅଜିତ୍ ଡୋଭାଲ୍ ଏବଂ ଗୃହ ସଚିବ ରାଜିବ୍ ଗୋବାଙ୍କ ସହ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।