ବଲିଉଡରେ ୟୋହାନିଙ୍କ ଏଣ୍ଟ୍ରି । ଗାଇବେ ‘ମାନିକେ ମାଗେ ହିତେ’ର ହିନ୍ଦୀ ଭର୍ସନ

92

କନକ ବ୍ୟୁରୋ: ବଲିଉଡକୁ ଆସିବେ ‘ମାନିକେ ମାଗେ ହିତେ’ର ସେନ୍ସେସନ୍ ୟୋହାନି ଡି ସିଲଭା । ସୋସିଆଲ ମିଡିଆରେ ତାଙ୍କ ଗୀତ ପପୁଲାର ହେବା ପରେ ତାଙ୍କ ଫ୍ୟାନ ଫଲୋଅର୍ସ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବଢିଛି । ତାଙ୍କର ଏହି ଗୀତ ଏବେ କୋଣ ଅନୁକୋଣରେ ପଶଂସା ସାଉଁଟୁଛି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ସମସ୍ତଙ୍କ ମୁହଁରେ ଏହି ଗୀତ । ତେବେ ଏବେ ସେନ୍ସେସନ୍ ଗାର୍ଲ ୟୋହାନିଙ୍କୁ ବଲିଉଡରେ ଦେଖିବାକୁ ମିଳିବ । ଅଭିନେତା ଅଜୟ ଦେବଗନ୍, ସିଦ୍ଧାର୍ଥ ମାଲହୋତ୍ରା, ଓ ରକୁଲ ପ୍ରୀତଙ୍କ ଫିଲ୍ମ ‘ଥ୍ୟାଙ୍କ୍ ଗଡ’ରେ ସେ ‘ମାନିକେ ମାଗେ ହିତେ’ ଟ୍ରାକକୁ ହିନ୍ଦି ଭର୍ସନରେ ଗାଇବେ । ଏନେଇ ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ, ୟୋହାନିଙ୍କ ଗୀତ ଏକ ସୁପରହିଟ ଟ୍ରାକ୍ ହୋଇପାରିଛି । ତେଣୁ ଖୁବ ଶିଘ୍ର ଏହାର ଟ୍ରାକ୍ ପ୍ରସ୍ତୁତ କରାଯାଇ ସୁଟିଂ କରାଯିବ ବୋଲି ବୋଲି ସୂଚନା ଦେଇଛନ୍ତି ।

ଆଗାମୀ ବର୍ଷ ଏହା ରିଲିଜ୍ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା ନିର୍ଦ୍ଦେଶକ କହିଛନ୍ତି । ତେବେ ବଲିଉଡରେ ଏକ ଭିନ୍ନ ଧରଣର ଅନୁଭୂତି ସାଉଁଟିବେ ବୋଲି ବେଶ ଖୁସି ଥିବା କହିଛନ୍ତି ୟୋହାନି ।