କନକ ବ୍ୟୁରୋ : ପାଣି ଭିତରେ ଯୋଗାସନ । ଅରୁଣାଚଳ ପ୍ରଦେଶ ଲୋହିତପୁରରେ ଇଣ୍ଡୋ ତିବବ୍ଦିଆନ ବୋର୍ଡର ପୋଲିସର ଯବାନ ମାନେ ଯୋଗାଭ୍ୟାସ କରିଛନ୍ତି । ଆଇଟିବିପିର ନବମ ବ୍ୟାଟାଲିୟନର ଯବାନ ମାନେ ପାଣି ଭିତରେ ୱାଟର ଯୋଗା କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

Advertisment

ଲୋହିତପୁରର ତେଜୁ ଅଂଚଳରେ ଥିବା ଡିଗାରୁ ନଦୀରେ ଯବାନ ମାନେ ଯୋଗାର ବିଭିନ୍ନ ଆସନ କରିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଇଁ କିଛି ଦିନ ପୂର୍ବରୁ ଆଇଟିବିପି ଓ ବିଏସଏଫ ଯବାନ ଜୋରଦାର ପ୍ରସ୍ତୁତି କରିଥିଲେ । ଜୁନ ୨୧ ତାରିଖକୁ ୫ବର୍ଷ ହେଲା ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି ।