ରାତିରେ ଶବ ସଂସ୍କାରକୁ କୋର୍ଟରେ ଯୋଗୀଙ୍କ ସମର୍ଥନ : ରାତିରେ ଶବ ସଂସ୍କାର ହୋଇ ନଥିଲେ ସକାଳୁ ହିଂସା ଉଗ୍ରରୂପ ନେଇଥାନ୍ତା ; ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ୟୁପି ସରକାର  

203
କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ସରକାର ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଶପଥପତ୍ର ଦାଖଲ କରିଛନ୍ତି । ଏହି ଶପଥପତ୍ରରେ ସରକାର ଏହି ମାମଲା ଉପରେ ସିବିଆଇ ଯାଂଚ ପାଇଁ ନ୍ୟାୟାଳୟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଉତ୍ତରପ୍ରଦେଶ ସରକାର କହିଛନ୍ତି କି ଏହି ମାମଲାର ନରପେକ୍ଷ ତଦନ୍ତ କରାଯାଇ ପାରିବ । ହେଲେ କିଛି ନ୍ୟସ୍ଥସ୍ୱାର୍ଥ ସଂଗଠନ ଏହି ମାମଲାକୁ ନେଇ ରାଜନୀତି କରୁଛନ୍ତି । ରାଜ୍ୟ ସରକାର କୋର୍ଟକୁ ଆହୁରି କହିଛନ୍ତି କି ୧୪ ସେପ୍ଟେମ୍ବର ଦିନ ଏହି ମାମଲା ବାବଦରେ ପୋଲିସକୁ ସୂଚନା ମିଳିବା ପରେ ତତକ୍ଷଣାତ୍ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ସେପଟେ ଅଧରାତିରେ ତରବରିଆ ଭାବେ ପୋଲିସ ଯେଭଳି ଶବକୁ ସଂସ୍କାର କଲା ତାକୁନେଇ ବିରୋଧୀ ମାନେ ଉଠାଇଥିବା ପ୍ରଶ୍ନର ବି ଉତ୍ତର କୋର୍ଟକୁ ଦେଇଛନ୍ତି ଯୋଗୀ ସରକାର । ସେ କହିଛନ୍ତି କି ଗୋଇନ୍ଦା ସୂଚନା ମୁତାବକ ଯଦି ରାତିରେ ଶବକୁ ସଂସ୍କାର କରାଯାଇ ନଥାନ୍ତା ତେବେ ସକାଳୁ ଏହି ମାମଲାକୁ ନେଇ ଏକ ବଡ ଧରଣର ଦଙ୍ଗା ପାଇଁ ପ୍ରସ୍ତୁତି ଚାଲିଥିଲା । ଯଦି ସାକଳ ଯାଏ ଅପେକ୍ଷା କରାଯାଇଥାନ୍ତା ତେବେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥାନ୍ତା । ଏହାସହ ସରକାର ସୂୁପ୍ରିମକୋର୍ଟ ନିକଟରେ ଅନୁରୋଧ କରିଛନ୍ତି କି ‘ସର୍ବୋଚ୍ଚ ନ୍ୟାୟାଳୟର ତତ୍ୱାବଧାନରେ ଏହି ମାମଲାର ଯାଂଚ କରାଯାଉ । ନହେଲେ କିଛି ନକରାତ୍ମକ ଗୋଷ୍ଠୀ ଏହି ମାମଲାର ଯାଂଚ ସଠିକ୍ ଭାବେ ନକରାଇ ଦେବାକୁ ଯୋଜନା କରୁଛନ୍ତି ’ ।  ରାଜ୍ୟ ସରକାର  କୋର୍ଟ ଠାରେ ଅଭିଯୋଗ କରିଛନ୍ତି କି ମିଡିଆ ଓ ସୋସିଆଲ ମିଡିଆ ମାଧ୍ୟମରେ ଜାତିଗତ ବିବାଦ ଓ ହିଂସାକୁ ଉସକାଇବାକୁ ଏକ ଅପରାଧିକ ଷଡଯନ୍ତ୍ର କରାଯାଇଛି । ତେଣୁ ନ୍ୟାୟାଳୟ ପର୍ଯ୍ୟବେକ୍ଷଣରେ ସିବିଆଇ କୋର୍ଟ ଏହି ମାମଲାର ଯାଂଚ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।