କନକ ବ୍ୟୁରୋ: ଅଯୋଧ୍ୟାରେ ବସିଲା ଯୋଗୀଙ୍କ କ୍ୟାବିନେଟ୍ । ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରେ କ୍ୟାବିନେଟ୍ ବୈଠକ ଅଯୋଧ୍ୟାରେ ଆୟୋଜିତ ହେଉଛି । ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଚାରି ବର୍ଷ ପୂର୍ତି ଉପଲକ୍ଷେ ଯୋଗୀଙ୍କ ସରକାରଙ୍କ କ୍ୟାବିନେଟ୍ ବୈଠକ ବସିଛି । ଆସନ୍ତା ଜାନୁଆରୀରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ହେବାକୁ ଥିବା ବେଳେ ଯୋଗୀଙ୍କ କ୍ୟାବିନେଟ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଗୀ କହିଛନ୍ତି କ୍ୟାବିନେଟରେ ଐତିିହାସିକ ନିଷ୍ପତି ନିଆଯିବ । କ୍ୟାବିନେଟ ମନ୍ତ୍ରୀଙ୍କୁ ଆଜି ସକାଳ ସାଢେ ୧୧ ଟା ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଥିଲା । କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ସହରରେ ଆଂଟି ଟେରିରିଷ୍ଟ ସ୍କ୍ୱାଡଙ୍କୁ ମୁତୟନ କରାଯାଇଛି । ବୈଠକ ପୂର୍ବରୁ ଯୋଗୀ ଅନ୍ୟ ମନ୍ତ୍ରୀଙ୍କ ସହ ଯାଇ ହନୁମାନ ମନ୍ଦିର ପରିଦର୍ଶନ କରିଛନ୍ତି ।