ଅଯୋଧ୍ୟା ରାୟ ପ୍ରକାଶ ପୂର୍ବରୁ ଅଯୋଧ୍ୟା ଉପରେ ନିଜର ମତ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏକ ସାକ୍ଷାତକାରକାରରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆମ ସମସ୍ତଙ୍କର ଆସ୍ଥା ଓ ବିଶ୍ବାସ ରହିଛି। ବିଜେପି ସରକାର ଅଯୋଧ୍ୟାକୁ ଏକ ‘ଅଲଗା ଓ ସ୍ବତନ୍ତ୍ର ପରିଚୟ’ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶର ବିଜେପି ସରକାରଙ୍କ ପକ୍ଷରୁ ବହୁବିଧ କାର୍ୟ୍ୟକ୍ରମମାନ ଗ୍ରହଣ କରାଯାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଯେତେବେଳେ ଅନ୍ୟ ଏକ ପ୍ରଶ୍ନରେ ପଚରା ଯାଇଥିଲା ଯେ ଆପଣ କ’ଣ ଆପଣଙ୍କ ପୂର୍ବସୂରୀ କଲ୍ୟାଣ ସିଂହଙ୍କ ପରି ‘ଇତିହାସ ସୃଷ୍ଟି’ କରିବେ; ଯାହାଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ବାବ୍ରି ମସଜିଦ୍ ଭଙ୍ଗା ଯାଇଥିଲା? ଏ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, ‘ଯୋଗୀ ମାନଙ୍କର ଜନ୍ମ ସବୁବେଳେ ଇତିହାସ ସୃଷ୍ଟି ପାଇଁ ହିଁ ହୋଇଥାଏ’।