କନକ ବ୍ୟୁରୋ: ୟୁପିରେ ଅତିକ ଆତଙ୍କର ଅନ୍ତ ଘଟିଛି । ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ଭାଇ ଅସରଫକୁ ହତ୍ୟା ଘଟଣା ପରେ ପୁରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ୨ ଘଣ୍ଟାର ରିପୋର୍ଟ ଦେବାକୁ ଯୋଗୀ ଆଦିତ୍ୟନାଥ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେବା । ଏହାସହ ତାଙ୍କ ବାସ ଭବନକୁ କାହାରି ଯିବା ଆସିବା ଉପରେ କଡା କଟକଣା ଲାଗିଥିବା ଜଣାପଡିଛି । ନିଜର ସବୁ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ।

Advertisment

ହତ୍ୟାକାଣ୍ଡ ଘଟଣା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା । ଏହାପରେ ତିନି ଜଣିଆ ନ୍ୟାୟିକ ଆୟୋଗ ଗଠନ କରାଯାଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ଏଥିସହ ସାରା ରାଜ୍ୟକୁ ହାଇଆଲର୍ଟ କରାଯାଇଛି । ୧୪୪ ଧାରା ଲାଗୁ ହୋଇଛି । ପୋଲିସ ସମସ୍ତ ୭୫ଟି ଜିଲ୍ଲାରେ ଫ୍ଲାଗମାର୍ଚ୍ଚ କରିଛି । ରାଜ୍ୟର ସମସ୍ତ ପୋଲିସଙ୍କ ଛୁଟି ବାତିଲ କରାଯାଇଛି ।