ପାକିସ୍ତାନର ବିଜୟକୁ ନେଇ ଖୁସି ମନାଇଥିବା ଲୋକଙ୍କ ଉପରେ ଯୋଗୀଙ୍କ ବଡ ଆକ୍ସନ, ଚାଲିବ ଦେଶଦ୍ରୋହ ମାମଲା

693

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପାକିସ୍ତାନ ବିରୋଧରେ ଭାରତର ପରାଜୟକୁ ନେଇ ଦେଶରେ ଖୁସି ମନାଇଥିବା ଲୋକଙ୍କ ଉପରେ ଯୋଗୀ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ପାକିସ୍ତାନ ସମର୍ଥନରେ ଆସିଥିବା ଲୋକଙ୍କ ବିରୋଧରେ ଯୋଗୀ ସରକାର ଦେଶଦ୍ରୋହ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅପରାଧରେ ମାମଲା ଚାଲିବ ବୋଲି କୁହାଯାଇଛି । କୁହାଯାଉଛି କି ଆଗ୍ରାରେ ୩, ବରେଲୀରେ ୩ ଓ ଲକ୍ଷ୍ନୌରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରିଛି ।

ସେପଟେ ରାଜସ୍ଥାନର ଉଦୟପୁରରେ ପାକିସ୍ତାନ କ୍ରିକେଟ ଟିମ୍ କୁ ସମର୍ଥନ କରିବା ଅଭିଯୋଗରେ ଜଣେ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି । କେବଳ ନିଲମ୍ବିତ ନୁହେଁ ଅଟାରୀ ପୋଲିସ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ୍ କରିଛି    । କୁହାଯାଉଛି କି ଶିକ୍ଷୟତ୍ରୀ ନଫିସା ମ୍ୟାଚ ଶେଷ ହେବାପରେ ହ୍ୱାଟସଆପରେ ଷ୍ଟାଟସ ଦେଇଥିଲେ କି ‘ଆମେ ଜିତିଗଲୁ’

କହିରଖୁ କି ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ଭାରତ ପାକିସ୍ତାନ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଏହି ପରାଜୟ ପରେ ଭାରତୀୟ କ୍ରିକେଟ ପ୍ରେମୀମାନେ ଦୁଃଖ ପ୍ରକାଶ କରିଥିବା ବେଳେ ଭାରତରେ କିଛି ଲୋକ ପାକିସ୍ତାନର ବିଜୟକୁ ନେଇ ଖୁସି ମନାଇଥିଲେ । ଏହାକୁ ନେଇ ଏବେ ଅଲଗା ଅଲଗା ରାଜ୍ୟର ସରକାରମାନେ ଖୁସି ମନାଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି ।