ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ମାଟ୍ରିକ ଟପ୍ପର ଛାତ୍ରକୁ ଦେଇଥିବା ଲକ୍ଷେ ଟଙ୍କିଆ ଚେକ୍ ବାଉନସ୍ ହୋଇଯାଇଛି। ଏହି ଚେକକୁ ମୁଖ୍ୟମନ୍ତ୍ରୀ ଲଖନଉରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ।
ମାଟ୍ରିକ୍ ଟପ୍ପର ବାରବାଙ୍କୀର ଆଲୋକ ମିଶ୍ରାଙ୍କୁ ମିଳିଥିବା ଏକ ଲକ୍ଷ ଟଙ୍କାର ଚେକ ବାଉନସ୍ ହୋଇଯାଇଥିବା ଖବର ଶୁଣି ପ୍ରଶାସନିକ ଅଧିକାରୀମାନେ ଚମକି ପଡ଼ିଛନ୍ତି। ଚେକ ବାଉନସ୍ ସୂଚନା ମିଳିବା ପରେ ଡିଆଇଓଏସକୁ ରିପୋର୍ଟ ମଗାଯାଇଛି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବୋର୍ଡର ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜ୍ୟର ଟପ୍ପର ଛାତ୍ରଛାତ୍ରୀମାନେ ଖୁସିରେ ହଜି ଯାଇଥିଲେ। ନେତା ଠାରୁ ଆରମ୍ଭ କରି ବଡ ବଡ ଅଧିକାରୀମାନେ ମଧ୍ୟ ଟପ୍ପର୍ସ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଟପ୍ପର ପିଲାଙ୍କୁ ନିଜେ ଡାକି ମୁଖ୍ୟମନ୍ତ୍ରୀ ଯୋଗୀ ଲଖନଉରେ ସମ୍ମାନୀତ କରିଥିଲେ। ଆଲୋକ ମିଶ୍ରାଙ୍କ ଚେକ ବାଉନସ୍ ହୋଇ ଯିବା ପରେ ପରିବାରରେ ଅସନ୍ତୋଷ ଦେଖାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/revised-Alok-Mishra.jpg)