କୋଟିଏ ଲୋକଙ୍କୁ ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର : ଜୁନ୍ ୨୬ ରେ ପ୍ରଧାନମନ୍ତ୍ରୀଙ୍କ ହାତରୁ ଚାକିରୀ ପାଇବେ ୧ କୋଟି ଲୋକ ।

525

କୋଟିଏ ଲୋକଙ୍କୁ ଏକସଙ୍ଗେ ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୁନ୍ ୨୬ ରେ କୋଟିଏ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏହି ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ସୂଚନା ମିଳୁଛି । ଚାକିରୀ ପାଉଥିବା ଲୋକଙ୍କ ମଧ୍ୟରୁ ୫୦ % ମନରେଗା ଯୋଜନାରେ ରେଜିଷ୍ଟର୍ ହୋଇଛନ୍ତି । ସରକାରଙ୍କ ଏଭଳି ପ୍ରଶଂସନୀୟ ପଦକ୍ଷେପର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି । ଏକସଙ୍ଗେ କୋଟିଏ ଲୋକଙ୍କୁ ରୋଜଗାର ଦେବାରେ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ମନରେଗା ଛଡ଼ା ସ୍କିଲ୍ଡ ୱାର୍କ ଅନୁସାରେ ଉଦ୍ୟୋଗ,କମ୍ପାନୀ ଏବଂ ବଡ଼ ବଡ଼ ସଂସ୍ଥାରେ ମଧ୍ୟ ଲୋକଙ୍କୁ ଚାକିରୀ ଯୋଗାଇ ଦିଆଯିବ । ଏଥିପାଇଁ ସରକାରଙ୍କୁ ସାହାଯ୍ୟ କରିଛି ରିୟଲିଷ୍ଟେଟ୍ କମ୍ପାନୀ ଘବକ୍ସରୟମକ୍ଟ । ଏକାକୀ ଏକଲକ୍ଷ ଲୋକଙ୍କୁ ଚାକିରୀ ଦେବା ପାଇଁ ସରକାରଙ୍କ ସହ କଥାବାର୍ତ୍ତା କରିଛି ଏହି କମ୍ପାନୀ । ଏହି ରୋଜଗାର ଅଭିଯାନରେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳର ବେକାରୀ ଯୁବକ , ଶ୍ରମିକଙ୍କୁ ସଂଯୋଗ କରାଯିବ ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହ ବୈଠକ କରି ଏନେଇ ସମୀକ୍ଷା କରିଥିଲେ । ତାଲାବନ୍ଦ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମଥର ପାଇଁ କୌଣସି ରାଜ୍ୟ ସହ ଜଡିତ ଥିବା ଏଭଳି ଏକ ରୋଜଗାର ଯୋଜନାରେ ଯୋଗ ଦେବେ । ୟୁପି ସରକାର ପାଖରେ ଲକ୍ଷ ଲକ୍ଷ ପ୍ରବାସୀଙ୍କ କର୍ମକୌଶଳର ସମ୍ପୁର୍ଣ୍ଣ ଡାଟା ରହିଛି । ଏମାନଙ୍କ ଭିତରୁ କିଛି ଲୋକଙ୍କୁ ଚାକିରୀ ମିଳିସାରିଛି ବଳକା ଲୋକଙ୍କୁ ଜୁନ୍ ୨୬ ତାରିଖରେ ଚାକିରୀ ଯୋଗାଇ ଦିଆଯିବ ।