କନକ ବ୍ୟୁରୋ : ଦିଲ୍ଲୀକୁ ସିଫ୍ଟ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା କରିବାକୁ ଦିଲ୍ଲୀ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠର ପ୍ରାୟ ଦେଢ ଘଂଟାଧରି ଚାଲିଥିଲା । ଏହାପରେ ଯୋଗୀ ବିଜେପି ସଭାପତି ଜେପି.ନଡ୍ଡାଙ୍କୁ ଭେଟିଛନ୍ତି ।
ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଜିତିନ ପ୍ରସାଦଙ୍କ ବିଜେପିରେ ଏଂଟ୍ରି ପରେ କ୍ୟାବିନେଟ ସଂପ୍ରସାରଣ ନେଇ ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଯୋଗୀ ଆଦିତ୍ୟ ନାଥ । ଉଭୟଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ ଯାଏଁ ବୈଠକ ଚାଲିଥିଲା । ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଆଦିତ୍ୟନାଥଙ୍କ କାର୍ଯ୍ୟଶୈଳୀରେ କିଛି ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀରେ ଏହିବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/18-9.jpg)