କନକ ବ୍ୟୁରୋ : ମଠ ମହନ୍ତରୁ ମୁଖ୍ୟମନ୍ତ୍ରୀ । ବହୁ ବଡ ବଡ ନାଁକୁ ପଛରେ ପକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ବିଜେପି । ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଆଜି ଲକ୍ଷ୍ନୌରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ଉତରପ୍ରଦେଶର ଗୋରଖପୁରରୁ ୫ଥର ସାଂସଦ ନିର୍ବାଚିତ ହୋଇଥିବା ଏହି ନେତା ଜଣେ କଟର ହିନ୍ଦୁବାଦୀ ନେତା ଭାବରେ ପରିଚିତ ।
ତେବେ ନେତା ନିର୍ବାଚିତ ହେବା ପରେ ଆଦିତ୍ୟନାଥ କହିଛନ୍ତି ବିକାଶ ହିଁ ତାଙ୍କର ମୁଖ୍ୟ ପ୍ରସଙ୍ଗ ରହିବ । ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଛି । ସେମାନେ ହେଲେ କେଶବ ମୋ÷ର୍ଯ୍ୟ ଓ ଦୀନେଶ ଶର୍ମା ।ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/adityanath.jpg)