‘ତୁମକୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିବେନି’: ମହିଳାଙ୍କୁ ଅସଦାଚରଣ କରୁଥିବା ଅମାନିଆଙ୍କୁ ଯୋଗୀଙ୍କ ଚେତାବନୀ

1,368

କନକ ବ୍ୟୁରୋ: ‘ମୁଁ ଆଗରୁ ବି କହିଛି ମୋ ରାଜ୍ୟରେ ସବୁବେଳେ ଝିଅ ଓ ମହିଳାଙ୍କୁ ସୁରକ୍ଷା ଦିଆଯିବ । ଯଦି ଶାସନ କାଳରେ କୌଣସି ମହିଳାଙ୍କୁ ହଇରାଣ କରିବାକୁ କେହି ଚେଷ୍ଟା କଲା, ତାହେଲେ ଜାଣିନେବ ଆଗରେ ଯମରାଜ ଜଗିଛନ୍ତିି । ଅଭିଯୁକ୍ତଙ୍କୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିପାରିବେନି’ । ରାମଲୀଳା ମୈଦାନରେ ଆୟୋଜକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧନ କରି ସମୟରେ ଏଭି ଚେତାବନୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥ ମାନସରୋବର ରାମଲୀଲା ମୈଦାନରେ ଆୟୋଜିତ ସମାରୋହରେ ୩୪୩ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଇଥିଲେ । ଏହି କ୍ରମରେ ସେ ଦେଶର ଆଇନ ବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲେ ଏବଂ ଏହାର ଅପବ୍ୟବହାରକାରୀଙ୍କ ୁ ଚେତାବନୀ ମଧ୍ୟ ଦେଇଥିଲେ ।

ନିକଟରେ ଆମ୍ବେଦକରନଗରରେ କିଛି ଯୁବକ ଜଣେ ଯୁବତୀଙ୍କ ଦୁପଟ୍ଟା ଟାଣି ଦେବାରୁ ପଡିଯାଇ ତାଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନେବା ଘଟଣା ଉଠାଇଥିଲେ ଯୋଗୀ କହିଥିଲେ, ‘ମହିଳଙ୍କ ସୁରକ୍ଷା ପାଇଁ ଆଇନକାନୁନ ରହିଛି । ଯଦି କେହି ଏହାର ଉଲଂଘନ କରେ ତେବେ ଜାଣିନେବ ଆଗରେ ଯମରାଜ ଅପେକ୍ଷା କରିଛନ୍ତି । ସେମାନଙ୍କୁ ଯବରାଜଙ୍କ ପାଖକୁ ପଠାଇବାକୁ କେହି ରୋକିପାରିବେନି’ ।