ନିର୍ବାଚନ କମିଶନଙ୍କ ନିଷେଧାଜ୍ଞାର ଅବଧି ଶେଷ ହେବା ପରେ ପ୍ରଚାର ପାଇଁ ବାହାରିଲେ ଯୋଗୀ ଆଦିତ୍ୟନାଥ ! ଟ୍ୱିଟ୍ କରି ଦେଲେ ସୂଚନା ।

106

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିଷେଧାଜ୍ଞାର ଅବଧି ଶେଷ ହେବାପରେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ଆଜି ଉତ୍ତର ପ୍ରଦେଶ ସମ୍ଭଲ, ଫିରୋଜାବାଦ, ଇଟାୱା ଓ ମିଶ୍ରି ସଂସଦୀୟ କ୍ଷେତ୍ରରେ କେତେକ ସଭାରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରୁଥିବା ଜଣାଯାଇଛି।

ଯୋଗୀ ଆଦିତ୍ୟନାଥ ଆଜି ଟ୍ୱିଟ୍ କରି ଲେଖିଛନ୍ତି, ‘‘ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ସମ୍ମାନ ଓ ଗଣତନ୍ତ୍ରର ମୂଲ୍ୟକୁ ସମ୍ମାନ ବିଜେପି ବିଚାରଧାରର ଅଭିନ୍ନ ଅଙ୍ଗ । ବିଗତ ୭୨ ଘଣ୍ଟାରେ ମୁଁ ନିର୍ବାଚନ ଆୟୋଗଙ୍କର ଆଦେଶକୁ ସମ୍ମାନ ଦେଲି ଏବଂ ସମୁଚିତ ଆଦର କଲି ।ମୋ ରକ୍ତ ରକ୍ତରେ ରାମ, କୋଣ ଅନୁକୋଣରେ କୃଷ୍ଣ, ପ୍ରତ୍ୟେକ ଶିରାରେ ଶିବ ଓ ପ୍ରତ୍ୟେକ ଧମନୀରେ ଧର୍ମ ଏବଂ କର୍ତ୍ତବ୍ୟବୋଧ ନିରନ୍ତର ପ୍ରବାହିତ ହେଉଛି । ଆଜି ପୁଣି ଥରେ କହିବାକୁ ଚାହୁଁଛି କି ମୋ ଧାର୍ମିକ ପରିଚୟ ହେଉଛି ହିନ୍ଦୁ, ଭାରତରେ ରହୁଥିବା ସବୁ ପନ୍ଥ ଏବଂ ଧର୍ମକୁ ସମାନଭାବରେ କରୁଛି ।’’