ବିଜେପି ପାଇବ ୩୭୦ ଆସନ, ଏନଡିଏ ଟପିବ ୪୦୦ ପାର । ନିର୍ବାଚନ ଫଳାଫଳ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ବଡ ଭବିଷ୍ୟବାଣୀ । 

321

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ବଡ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚଳିତ ନିର୍ବାଚନର ଫଳାଫଳକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ଆଦିତ୍ୟନାଥ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ନିର୍ବାଚନରେ ବିଜେପି ୩୭୦ ଓ ଏନଡିଏ ୪୦୦ ଆସନ ପାର କରିବ । ସମସ୍ତଙ୍କ ମନରେ ୪୦୦ ପାର, ପୁଣିଥରେ ମୋଦୀ ସରକାର ଭାବନା ରହିଛି । ୪ ଜୁନରେ ଯେତେବେଳେ ପରିଣାମ ଆସିବ ସେତେବେଳେ ଏନଡିଏ ୪୦୦ ପାର କରିବ ।

ମୋଦୀଙ୍କ ନେତୃତ୍ୱରେ ଏନଡିଏ ୪୦୦ ପାର କରିବ । ଗତ ୧୦ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ଅନେକ ବିକାଶମୂଳକ କାମ ହୋଉଛି । ଯେଉଁଥିପାଇଁ ଲୋକେ ପୁଣିଥରେ ମୋଦୀଙ୍କୁ ଚାହୁଁଛନ୍ତି । ୪୦୦ ପାର ଭାବନା ଲୋକଙ୍କ ମନରେ ରହିଛି । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆମ୍ବେଦକର ସ୍ପଷ୍ଟ କରିଥିଲେ ଯେ ଧର୍ମ ଆଧାରରେ ସଂରକ୍ଷଣ ରହିବନି । କିନ୍ତୁ କଂଗ୍ରେସ ବାରମ୍ବାର ଚେଷ୍ଟା କରୁଛି ଯେ ଏସସି/ଏସଟି ଓ ଓବିସିଙ୍କ ସଂରକ୍ଷଣ କାଟି ଅଳ୍ପସଂଖ୍ୟକଙ୍କୁ ତାହାର ଲାଭ ଦେବ । ଖାସକରି ମୁସଲିମ ଲୋକଙ୍କୁ ଏହାର ଲାଭ ଦେବାକୁ ପ୍ରୟାସ କରୁଛି କଂଗ୍ରେସ । କଂଗ୍ରେସ ନେତୃତ୍ୱାଧୀନ ଆନ୍ଧ୍ର, କର୍ଣ୍ଣାଟକ ସରକାରରେ ଓବିସି ସଂରକ୍ଷଣକୁ ମୁସଲିମ ସମ୍ପ୍ରଦାୟକୁ ଦେବାକୁ କାମ କରୁଛି ।