କନକ ବ୍ୟୁରୋ: ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ । ଇକାନା ଷ୍ଟାଡିୟମରେ ଯୋଗୀଙ୍କ ସମେତ ଶପଥ ନେବେ ଅନ୍ୟ ମନ୍ତ୍ରୀଗଣ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମସ୍ତ ବଡବଡ ନେତା ମନ୍ତ୍ରୀଙ୍କ ସହ ବିରୋଧୀ ନେତା ମଧ୍ୟ ଯୋଗ ଦେବେ ଏହି ସମାରୋହରେ ପାଖାପାଖି ୪୫ ହଜାର ଅତିଥି ଯୋଗ ଦେବେ ।

Advertisment

ଆଜି ଯୋଗୀଙ୍କ ମନ୍ତ୍ରୀମଣ୍ଡଳର ୪୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ନୂଆ କ୍ୟାବିନେଟରେ ୮ଜଣ ମହିଳାଙ୍କୁ ସ୍ଥାନ ଦିଆଯାଇଛି । ଯଦିଓ ଏବେଯାଏଁ ଏମାନଙ୍କ ନାଁ ଔପଚାରିକ ଭାବେ ଘୋଷଣା କରାଯାଇନାହିଁ କିନ୍ତୁ କିଛି ମନ୍ତ୍ରୀଙ୍କ ପୁଣି ଘରବାହୁଡା ହେବ ବୋଲି କୁହାଯାଉଛି । ଏହି ନୂଆ ମନ୍ତ୍ରୀମଣ୍ଡଳରେ ଯୁବବର୍ଗଙ୍କୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି ।