ମୋଦିଙ୍କ ସ୍ୱପ୍ନ ଯୋଗୀ କରୁଛନ୍ତି ସାକାର ! କମ୍ପ୍ୟୁଟର୍ ଧରି ଲାଗିପଡ଼ିଛନ୍ତି ରାଜ୍ୟ ବିକାଶରେ, ୟୁପିରେ ପାଠଶାଳା ବସ ଗଡାଇଲେ ଯୋଗୀ ଆଦିତ୍ୟନାଥ ।

135

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ । ଯୋଗୀ ଚଲାଉଛନ୍ତି କମ୍ପ୍ୟୁଟର୍ । କମ୍ପ୍ୟୁଟର୍ ସାମ୍ନାରେ ଯୋଗୀ ଆଦିତ୍ୟନାଥ  । ହାତରେ ମାଉସ୍ ପୁଣି କିବୋର୍ଡରେ କରୁଛନ୍ତି ଟାଇପ୍  । ୟୁପି ମୁଖ୍ୟମନ୍ତ୍ରୀଙ୍କ ଅନେକ ଅନ୍ଦାଜ୍ ଆପଣ ଦେଖିଥିବେ ତେବେ କମ୍ପ୍ୟୁଟର୍ ଚଲାଇବା ଦେଖିନଥିବେ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ପ୍ୟୁଟର ଟେକ୍ନୋଲୋଜି ପ୍ରତି ଯୋଗୀଙ୍କ ରହିଛି ଆଗ୍ରହ ଓ ଦୁର୍ବଳତା । ୟୁପି ମୁଖ୍ୟମନ୍ତ୍ରୀଙ୍କ ଏହି କମ୍ପ୍ୟୁଟର ଚଳାଇବା ଘଟଣା ଦେଖିବାକୁ ମିଳିଛି ତାଙ୍କ ୨ଦିନିଆ ବାରାଣାସୀ ଗସ୍ତରେ  ।

ମୋଦିଙ୍କ ସ୍ୱପ୍ନ ଯୋଗୀ କରୁଛନ୍ତି ସାକାର୍ । ୟୁପିରେ ଗଡିଲା ପାଠଶାଳା ବସ୍ ।  ଟଚସ୍କ୍ରିନ୍ ଇଂଟରଫେସ୍ ଜରିଆରେ ଲେଖିଲେ ୟୁପି ମୁଖ୍ୟମନ୍ତ୍ରୀ । ଯୋଗୀ ଲେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ ସାକାର କରିବାକୁ ସେ ସଚଲ୍ ଡିଜିଟାଲ୍ ପାଠଶାଳା ବସର ଶୁଭାରମ୍ଭ କରିଛନ୍ତି  । ପ୍ରଧାନମନ୍ତ୍ରୀ ମୋଦି ଫେବୃଆରୀ ୧୯ରେ ସଂସଦୀୟ କ୍ଷେତ୍ର ବାରାଣାସୀ ଆସିବେ, ତେବେ ତା’ପୂର୍ବରୁ ଯୋଗୀ ପହଁଚି ପରଖିଛନ୍ତି ସ୍ଥିତି  ।

ଏଚପି କମ୍ପାନୀର ସହଯୋଗରେ ୟୁପି ସରକାର ଆଜିଠୁ ଆରମ୍ଭ କରିଛନ୍ତି ଡିଜିଟାଲ୍ ପାଠଶାଳା ବସ୍  । ରାଜ୍ୟର ଗ୍ରାମୀଣ ଇଲାକା ଏହି ବସ୍ ପରିଭ୍ରମଣ କରିବାକୁ ଥିବା ବେଳେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବସ୍ ଜରିଆରେ ଶିକ୍ଷା ସହାୟତା ପ୍ରଦାନ କରାଯିବ । ଏହି ଶୀତତାପ ନିୟନ୍ତ୍ରିତ ବସରେ ଶିକ୍ଷା ଗ୍ରହଣ ପାଇଁ ଅଡିଓ ଭିଜୁଆଲ୍ ବ୍ୟବସ୍ଥା ରଖାଯାଇଛି । ଆଉ ଏହାର ଶୁଭାରମ୍ଭ ପୂର୍ବରୁ ନିଜେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ୍ ବସରେ କମ୍ପ୍ୟୁଟର ଚଳାଇ ଏହି ଶିକ୍ଷା ସହାୟକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି  ।