ସମାଜ କର୍ମୀ ଯୋଗେନ୍ଦ୍ର ଯାଦବ ନିଲମ୍ବିତ: ବର୍ଷକ ଯାଏଁ କୌଣସି ଚାଷୀ ବୈଠକ ମନା

136

କନକ ବ୍ୟୁରୋ: ସଂଯୁକ୍ତ କିଷାନ ମୋର୍ଚ୍ଚାରୁ ନିଲମ୍ବିତ ହେଲେ ସମାଜ କର୍ମୀ ଯୋଗେନ୍ଦ୍ର ଯାଦବ । ୪୬ଟି କୃଷକ ସଙ୍ଗଠନ ଯୋଗେନ୍ଦ୍ରଙ୍କୁ ମାସେ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି । । ଉତ୍ତରପ୍ରଦେଶ ଲଖିମପୁର ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ବିଜେପି କର୍ମୀ ଶୁଭମ ମିଶ୍ରଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଇଥିଲେ ଯୋଗେନ୍ଦ୍ର ଯାଦବ । ଏହି ସମୟର ଫଟୋକୁ ମଧ୍ୟ ଟ୍ୱିଟରରେ ସେୟାର କରିଥିଲେ । ଏହି ବିଷୟକୁ ନେଇ ପଂଜାବ କୃଷକ ସଙ୍ଗଠନ ପକ୍ଷରୁ ତାଙ୍କୁ ନିଲମ୍ବନ କରିବାକୁ ଦାବି ଓ ଅସନ୍ତୋଷ ପରେ ଯୋଗେନ୍ଦ୍ରଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚାରୁ ନିଲମ୍ବିନ କରାଯାଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ନିଲମ୍ବନ ଅବଧି ମଧ୍ୟରେ ସେ କୌଣସି ଚାଷୀଙ୍କ ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ । ଏବଂ କୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇପାରିବେ ନାହିଁ । ରିପୋର୍ଟ ମୁତାବକ, ଲକ୍ଷ୍ମୀପୁର ଖେରୀ ହିଂସାରେ ପ୍ରାଣ ହରାଇଥିବା ବିଜେପି କର୍ମୀ ଶୁଭମ ମିଶ୍ରାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ଯୋଗେନ୍ଦ୍ର । ମୃତ ବିଜେପି କର୍ମୀଙ୍କ ପରିବାରକୁ ଭେଟିବାକୁ ଯିବା ନେଇ ତାଙ୍କର କୌଣସି ସମସ୍ୟା ନଥିବାବେଳେ ଏହା ପୂର୍ବରୁ ସେ କୃଷକ ସଙ୍ଗଠନର ପରାମର୍ଶ ନେଇନଥିବାରୁ କ୍ଷମା ମାଗିବାକୁ ପ୍ରସ୍ତୁତ ଥିବା ଯୋଗେନ୍ଦ୍ର ଯାଦବ କହିଛନ୍ତି ।

କହିରଖୁଁ କି ଲକ୍ଷ୍ମୀପୁର ଖେରୀ ହିଂସାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ କୃଷକଙ୍କ ସହ ଜଣେ ସାମ୍ବାଦିକ ଓ ୨ଜଣ ବିଜେପି କର୍ମକର୍ତ୍ତା ଥିଲେ ।