କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହୋଇଛି ଯୋଗ ଶିବିର... ବିଶିଷ୍ଟ ପ୍ରଶିକ୍ଷକଙ୍କ ଦ୍ୱାରା ଦିଆଯାଉଛି ପ୍ରଶିକ୍ଷଣ, ବିଭିନ୍ନ ବର୍ଗଲୋକ ହେଲେ ସାମିଲ 

Advertisment
କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହୋଇଛି ଯୋଗ ଶିବିର... ବିଶିଷ୍ଟ ପ୍ରଶିକ୍ଷକଙ୍କ ଦ୍ୱାରା ଦିଆଯାଉଛି ପ୍ରଶିକ୍ଷଣ, ବିଭିନ୍ନ ବର୍ଗଲୋକ ହେଲେ ସାମିଲ 

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ଓ ମାନସିକ ଶକ୍ତି ପାଇଁ ଯୋଗ ଏକ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଏ  । ଏନେଇ ସମ୍ବାଦ ପକ୍ଷରୁ ଆଜି ଓଡିଶା ଯୋଗାଥନ୍ କାର୍ଯ୍ୟକ୍ରମ କରାଯାଉଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି । ସେମାନଙ୍କୁ ଯୋଗ ଶିଖାଇବା ପାଇଁ ବିଶିଷ୍ଟ ଯୋଗଗୁରୁ ଯୋଗ ଦେଇଛନ୍ତି । 

ଏହି କାର୍ଯ୍ୟକ୍ରମକୁ ଯୋଗଗୁରୁ ସ୍ୱାମୀ ଭଗବତାନନ୍ଦ ସରସ୍ୱତୀ ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଧ୍ୟାନ, ପ୍ରାଣାୟମ, ସୂର୍ଯ୍ୟନମସ୍କାର, ଯୋଗ ସାଂସ୍କୃତିକ ରହିଛି । ଯୋଗ ମଣିଷର ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ପ୍ରତି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମ୍ବାଦ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe