କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହୋଇଛି ଯୋଗ ଶିବିର… ବିଶିଷ୍ଟ ପ୍ରଶିକ୍ଷକଙ୍କ ଦ୍ୱାରା ଦିଆଯାଉଛି ପ୍ରଶିକ୍ଷଣ, ବିଭିନ୍ନ ବର୍ଗଲୋକ ହେଲେ ସାମିଲ 

44

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ଓ ମାନସିକ ଶକ୍ତି ପାଇଁ ଯୋଗ ଏକ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଏ  । ଏନେଇ ସମ୍ବାଦ ପକ୍ଷରୁ ଆଜି ଓଡିଶା ଯୋଗାଥନ୍ କାର୍ଯ୍ୟକ୍ରମ କରାଯାଉଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି । ସେମାନଙ୍କୁ ଯୋଗ ଶିଖାଇବା ପାଇଁ ବିଶିଷ୍ଟ ଯୋଗଗୁରୁ ଯୋଗ ଦେଇଛନ୍ତି । 

ଏହି କାର୍ଯ୍ୟକ୍ରମକୁ ଯୋଗଗୁରୁ ସ୍ୱାମୀ ଭଗବତାନନ୍ଦ ସରସ୍ୱତୀ ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଧ୍ୟାନ, ପ୍ରାଣାୟମ, ସୂର୍ଯ୍ୟନମସ୍କାର, ଯୋଗ ସାଂସ୍କୃତିକ ରହିଛି । ଯୋଗ ମଣିଷର ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ପ୍ରତି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମ୍ବାଦ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।