କନକ ବ୍ୟୁରୋ: ଏଣିକି ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ। ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ଏହି ନିର୍ଦ୍ଦେଶାନାମା। ସ୍କୁଲରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗ ବା ପ୍ରାଣାୟମ କରିବେ। ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚିହ୍ନଟ ହେବେ। ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ ଆଧାରରେ ସ୍କୁଲକୁ ଯୋଗ କିଟ୍ସ ପ୍ରଦାନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏହି ପ୍ରୟାସ କରାଯାଇଛି।
ସ୍କୁଲରେ ବାଧ୍ୟତାମୂଳକ ହେବ ଯୋଗ, ପ୍ରାଣାୟାମ ଶିକ୍ଷା ; ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା
/kanak/media/post_attachments/wp-content/uploads/2024/07/yoga.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)