ହାତୀ ପିଠିରେ ଯୋଗାଭ୍ୟାସ ପଡିଲା ମହଙ୍ଗା : ସନ୍ତୁଳନ ହରାଇ ଖସିପଡିଲେ ଯୋଗଗୁରୁ ; ମଥୁରା ଆଶ୍ରମର ଦୃଶ୍ୟ ହେଉଛି ଭାଇରାଲ

3,594

କନକ ବ୍ୟୁରୋ : ଯୋଗ କରିବା ସମୟରେ ହାତୀ ପିଠିରୁ ଖସି ପଡିଲେ ବାବା ରାମଦେବ । ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାବା ରାମଦେବ ହାତୀ ପିଛି ଉପରେ ବସି ଯୋଗ କରୁଥିଲେ । ଏହି ସମୟରେ ହାତୀ ନିଜ ଦେହକୁ ହଲାଇ ଦେଲା । ଫଳରେ ନିଜ ସନ୍ତୁଳନ ହରାଇଲେ ବାବା ଏବଂ ତଳକୁ ଖସିପଡିଥିଲେ ।

ଖସି ପଡିବା ପରେ ତଳୁ ଉଠି ହସି ହସି ଯାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ବାବା ରାମଦେବ ମଥୁରାର ଏକ ଆଶ୍ରମରେ ଯୋଗ କରୁଥିବା ବେଳେ ଏହି ଘଟଣା ଘଟିଛି । ତେବେ ଘଟଣା ସ୍ଥଳରେ ବାଲି ଥିବାରୁ ବାବାଙ୍କର କୌଣସି ଆଘାତ ଲାଗି ନାହିଁ । ଏହି ଭିଡିଓ ସୋମବାର ଦିନର ବୋଲି କୁହାଯାଉଛି ।