ଆତ୍ମଘୋଷିତ ଯୋଗଗୁରୁ ସ୍ୱାମୀ ଆନନ୍ଦ ଗିରିଙ୍କୁ ଦୁଇ ଜଣ ବିଦେଶୀ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଅଷ୍ଟ୍ରେଲିଆର ସିଡନିରେ ଗିରଫ କରାଯାଇଛି। ଯୋଗଶିକ୍ଷା ପ୍ରଦାନ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଗିରିଙ୍କୁ ଗତ ୫ ତାରିଖରେ ସେଠାକାର ପୁଲିସ ଦୁଇ ମହିଳାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି।

Advertisment

publive-image

୩୮ ବର୍ଷ ବୟସ୍କ ଆନନ୍ଦ ଗିରି ଅଷ୍ଟ୍ରେଲିଆର ରୁଟୀ ହିଲଠାରେ ଜଣେ ୩୪ ବର୍ଷ ମହିଳାଙ୍କୁ ଯୋଗ ଶିଖାଇବା ବାହାନାରେ ୨୦୧୮ ନଭେମ୍ବର ମାସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ୨୦୧୬ରେ େଓ୍ଵଷ୍ଟ ସିଡନିରେ ଜଣେ ୨୯ ବର୍ଷ ବୟସ୍କା ଯୁବତୀଙ୍କୁ ଯୋଗ ଶିକ୍ଷା ସମୟରେ ଦୁଷ୍କର୍ମ କରିଥିଲେ ବୋଲି ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ତାଙ୍କୁ ରିଭର ଷ୍ଟୋନ୍ ପୋଲିସ ଗିରଫ କରିଥିଲା। ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କର ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଆଗାମୀ ଜୁନ୍ ୨୬ ତାରିଖରେ ହେବ।