ସ୍କୁଲରେ ଯୋଗଶିକ୍ଷା ବାଧ୍ୟତାମୂଳକ: ପ୍ରାର୍ଥନା ପରେ ୧୦ ମିନିଟ କରିବେ ଯୋଗ ବା ପ୍ରାଣାୟମ

Advertisment
ସ୍କୁଲରେ ଯୋଗଶିକ୍ଷା ବାଧ୍ୟତାମୂଳକ: ପ୍ରାର୍ଥନା ପରେ ୧୦ ମିନିଟ କରିବେ ଯୋଗ ବା ପ୍ରାଣାୟମ

କନକ ବ୍ୟୁରୋ: ଏଣିକି ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ। ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ଏହି ନିର୍ଦ୍ଦେଶାନାମା। ଗତ ମେ’ ୬ ତାରିଖରେ କମିଶନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରିଭ୍ୟୁ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ, ସ୍କୁଲରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗା ବା ପ୍ରାଣାୟମ କରିବେ। ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚିହ୍ନଟ ହେବେ। ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ ଆଧାରରେ ସ୍କୁଲକୁ କିଟ୍ସ ପ୍ରଦାନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏହି ପ୍ରୟାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe