କନକ ବ୍ୟୁରୋ: ସାରା ବିଶ୍ୱରେ ଆଜି ପାଳିତ ହେଉଛି ଯୋଗ ଦିବସ । ଏଥରର ଅନ୍ତରାଷ୍ଟ୍ରିୟ ଯୋଗ ଦିବସର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ’ ।

Advertisment

publive-image

ଭାରତୀୟ ସେନାର ଯବାନମାନେ ଆଜି ୯ତମ ଅନ୍ତରାଷ୍ଟ୍ରିୟ ଯୋଗ ଦିବସ ଅବସରରେ ବରଫାବୃତ୍ତ ଲଦାଖ ପାହାଡ ମଝିରେ ଥିବା ପେଙ୍ଗୋଙ୍ଗ ହ୍ରଦ ନିକଟରେ ଯୋଗ କରିଛନ୍ତି ।publive-image

ଭାରତୀୟ ସେନାର ଯବାନମାନେ ଯୋଗ ଦିବସ ଅବସରରେ ସିକ୍କିମରେ ମଧ୍ୟ ଯୋଗାଭ୍ୟାସ କରିଛନ୍ତି । ଏହାସହ ସେନା ମୁଖ୍ୟ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଦିଲ୍ଲୀର ଛାବନିରେ ଯୋଗ କରିଛନ୍ତି । ସିକ୍କିମର ବରଫ ଘେରା ଚୀନ ସୀମାରେ ମୁତୟନ ହୋଇଥିବା ସୈନିକ ମଧ୍ୟ ଯୋଗ କରୁଥିବାର ଫଟୋ ପ୍ରକାଶ ପାଇଛି ।

publive-image

ଲଦାଖ ସୀମାକୁ ଲାଗି ଥିବା ପେଙ୍ଗାଙ୍ଗ ହ୍ରଦ ନିକଟରେ ଯବାନ କରୁଥିବା ଯୋଗର ଆଉ ଏକ ଦୃଶ୍ୟ ବାସ୍ତବିକ ମନଛୁଆଁ ହୋଇପାରିଛି ।publive-imageପରିସ୍ଥିତି ଯାହାବି ହେଉନା କାହିଁକି ହେଲେ ଦେଶକୁ ରକ୍ଷା କରିବାକୁ ହେଲେ ଶରୀରକୁ ସୁସ୍ଥ ରଖିବାକୁ ପଡିବ । ଏଥିପାଇଁ ଯୋଗ ସବୁଠାରୁ ବଡ ସାଧନ ବୋଲି ବାର୍ତ୍ତା ଦେଇଛନ୍ତି ଭାରତୀୟ ଯବାନ୍ ।