କୋଭିଡ୍-୧୯କୁ ମାତ୍ ଦେବ ଯୋଗ, ଆୟୁର୍ବେଦ! ଆଇଆଇଟି ଦିଲ୍ଲୀର ଗବେଷଣାରୁ ଆସିଲା ତଥ୍ୟ।

70

କନକ ବ୍ୟୁରୋ: ଯୋଗ ଏବଂ ଆୟୁର୍ବେଦ କରୋନାର ଉଚ୍ଚତର ସଂକ୍ରମଣ ଚିକିତ୍ସାରେ ପ୍ରଭାବଶାଳୀ । ଦିଲ୍ଲୀ ଆଇଆଇଟିର ଏକ ରିସର୍ଚ୍ଚରେ ଏହି ତଥ୍ୟ ସାମ୍ନାକୁ ଆସିଛି । ସଂସ୍ଥାନ ପକ୍ଷରୁ ୩୦ଟି ଏହିଭଳି ରୋଗୀଙ୍କୁ ଚିକିତ୍ସା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ହରିଦ୍ୱାର ଏବଂ ଆଇଆଇଟି ଦିଲ୍ଲୀର ମିଳିତ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଗବେଷକ ଦାବି କରିଛନ୍ତି ଯେ, କରୋନାର ଉଚ୍ଚତର ସଂକ୍ରମଣରେ ରୋଗୀ ମଧ୍ୟରେ ଭୟଙ୍କର ଚିନ୍ତା ଦେଖିବାକୁ ମିଳିଥାଏ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟରେ ପ୍ରଭାବ ପକାଇଥାଏ । ତେବେ କୋଭିଡ୍-୧୯ର ଚିକିତ୍ସାରେ ଯୋଗ ଏବଂ ଆୟୁର୍ବେଦ ବେସ ପ୍ରଭାବଶାଳୀ ହେବା ସହ ତାଙ୍କୁ ସୁସ୍ଥ କରିଥାଏ । ଚିକିତ୍ସା ପରେ ଏହାକୁ କରିବା ଦ୍ୱାରା ଚିନ୍ତାରୁ ମୁକ୍ତି ପାଇଥାଏ ରୋଗୀ ।

ଗବେଷଣାର ତଥ୍ୟକୁ ଇଣ୍ଡିଆନ ଜର୍ଣ୍ଣାଲ ଅଫ ଟ୍ରାଡିସନାଲ ନଲେଜରେ ପ୍ରକାଶ କରାଯାଇଛି । ଏହି ଦଳରେ ଡାକ୍ତର ସୁମିତ୍ରା ବେଣ୍ଟୁିର, ଡ. ଅଳକା ମିଶ୍ରା, ଡ. ଯୋଗେଶ କୁମାର, ଡ. ସୋନିକା ଠକରାଲ, ସଞ୍ଜୀବ, ପ୍ରଫେସର ରାହୁଲ ଗର୍ଗ ସାମିଲ ରହିଥିଲେ ।

ସଂସ୍ଥାନର କହିବା ଅନୁସାରେ, ରୋଗୀଙ୍କୁ ଆୟୁର୍ବେଦ ଔଷଧ ପ୍ରଦାନ କରାଯାଇଥିଲା । ଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ନିୟମିତ ଯୋଗ କରାଯାଉଥିଲା । ଭିଡିଓ କନଫରେନ୍ସିଂ ଜରିଆରେ ଏହା କରାଯାଇଥିଲା । ସମସ୍ତ ରୋଗୀଙ୍କ ପାଖରେ ହାଇରିସ୍କ କୋଭିଡ୍ ରହିଥିଲା । ଯେଉଁମାନଙ୍କ ପାଖରେ ବିଭିନ୍ନ ପ୍ରକାର ରୋଗ ଥିଲା ଯାହା ତାଙ୍କର ଜୀବନକୁ ବିପଦରେ ପକାଇ ପାରିବ । ତେବେ ଯୋଗ ଏବଂ ଔଷଧ ଦ୍ୱାରା ଏଭଳି ସମସ୍ୟାକୁ ରୋକାଯାଇପାରିଥିଲା । ସେମାନଙ୍କ ମେଡିକାଲ ତଥ୍ୟକୁ ଦେଖିବା ପରେ ତାଙ୍କୁ ଏହି ସବୁ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଥିଲା । ଯାହା ସଫଳ ହୋଇଛି ।

ଏହି ଚିକିତ୍ସାରେ ବିଶେଷ କରି ଆୟୁର୍ବେଦିକ ଔଷଧ, ଦୈନିକ ଯୋଗ ତା ସହ ମନକୁ କେଉଁଭଳି ଶାନ୍ତ କରାଯାଇପାରିବ ସେ କୌଶଳ ରହିଥିଲା । ପ୍ରାଣାୟମ ସହ କିଛି ନିୟମିତ ଆସନ ସାମିଲ ରହିଥିଲା ଯାହା ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥିଲା ।