ସଙ୍ଗରୋଧ କେନ୍ଦ୍ରରେ ଭଜନ କୀର୍ତ୍ତନ । ଶରୀର ପାଇଁ ଯୋଗ, ମନ ପାଇଁ ହେଲା ମନ୍ତ୍ର ପାଠ । ଓଡିଶା ବାହାରୁ ଫେରିଥିବା ଶ୍ରମିକଙ୍କୁ ସୁସ୍ଥ ରଖିବାକୁ ମାଲକାନଗିରି, ଭଦ୍ରକରେ ନିଆରା ପ୍ରୟାସ

497

କନକ ବ୍ୟୁରୋ: କ୍ୱାରେଣ୍ଟାଇନ କେନ୍ଦ୍ରରେ ଭଜନ ସଭା ସହ କରାଯାଉଛି ମନ୍ତ୍ରପାଠ ଓ ଯୋଗ । ବାହାରୁ ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କ ଶାରୀରିକ ଓ ମାନସିକ ସ୍ଥିତିକୁ ହାଲକା କରିବା ପାଇଁ ମାଲକାନଗିରି ଓ ଭଦ୍ରକରେ ଥିବା କ୍ୱାରେଂଟିନ ସେଂଟରରେ ଏବେ ଯୋଗ ଓ ମନ୍ତ୍ର ପାଠ କରାଯାଉଛି ।

କ୍ୱାରେଂଟିନ ସେଂଟରରେ ଭଜନ ସଭା । ମାଲକାନଗିରି କ୍ୱାରେନଟିନ ସେଂଟରରୁ ଆସିଛି ଭଜନ ସଭାର ଏହି ଦୃଶ୍ୟ । ମାଲକାନଗିରି ଜିଲ୍ଳାର ଅଧିକାଂଶ ଶ୍ରମିକ ଶହ ଶହ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ଆସିଛନ୍ତି । ଏପରି ସ୍ଥିତିରେ ଶାରୀରିକ ଓ ମାନସିକ ସ୍ଥିିତିରେ ସୁଧାର ଲାଗି ସକାଳ ଓ ସନ୍ଧ୍ୟା ସମୟରେ ଭଜନ ସଭାର ଆୟୋଜନ କରାଯାଉଛି । କାଲିମେଳା ବ୍ଲକ ଯବାନପାଲି ବିଦ୍ୟାଳୟ କ୍ୱାରେଂଟିନ ସେଂଟରରେ ୧୦୩ ଜଣଙ୍କୁ ରଖାଯାଇଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ ନବ କିଶୋର ମଲ୍ଲିକ ପ୍ରତିଦିନ ଭଜନ କାର୍ଯ୍ୟକ୍ରମ କରୁଛନ୍ତି ।

ସେହିପରି ଭଦ୍ରକ ଧାମନଗରରେ ଥିବା କ୍ୱାରେଣ୍ଟାଇନ୍ ସେଂଟରରେ ଯୋଗ ସହ ପାଠ କରାଯାଉଛି ଗାୟତ୍ରୀ ମନ୍ତ୍ର । ଅସୁରାଳି ବେଷ୍ଟ କଲେଜର ରହିଥିବା ସୁରଟ ଫେରନ୍ତା ସନ୍ଧ୍ୟା ସମୟରେ ଗାୟତ୍ରୀ ମନ୍ତ୍ର ଜପ କରିବା ସହ ପ୍ରତିଦିନ ଯୋଗ କରୁଥିବା ଦେଖିବାକୁ ମିଳିଛି । ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ଚରଣ ମୁର୍ମୁଙ୍କ ଉପସ୍ଥିତିରେ ଏଭଳି ମନ୍ତ୍ର ଜପ ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାରି ଭିତରେ ତାଙ୍କର ଶାରୀରିକ ଓ ମାନସିକ ସ୍ଥିତିରେ ସୁଧାର ଆଣିବା ପାଇଁ ଯୋଗ ଓ ଭଜନ ସଭା ସହ ସହ ମନ୍ତ୍ର ଜପ କରାଯାଉଛି ।