ବର୍ଗରରୁ ଟମାଟୋ ଗାଏବ : ଫୁଡ୍ କମ୍ପାନୀ ମ୍ୟାକଡୋନାଲ୍ଡ ଜାରି କଲା ନୋଟିସ୍ , କହିଲା…

403

କନକ ବ୍ୟୁରୋ : ରୋଷେଇ ଘରୁ ହଜିଗଲାଣି ପରିବା । ଟମାଟୋଠୁ ନେଇ ସବୁ ପନିପରିବା ଦର ଏବେ ଆକାଶଛ୍ରୁଅାଁ । ସେପଟେ ଫାଷ୍ଟଫୁଡ ଥାଳିରେ ସ୍ୱାଦ ବଢାଉଥିବା ଓ ଆକୃଷ୍ଟ କରୁଥିବା ଲାଲ ଟହ ଟହ ଟମାଟୋ ମଧ୍ୟ ଦେଖିବାକୁ ମିଳୁନି । ଦର ବୃଦ୍ଧି ପରେ ମ୍ୟାକଡୋନାଲ୍ଡର ବର୍ଗରରୁ ହଜିଛି ଟମାଟୋ । ନିକଟରେ ଫୁଡ କମ୍ପାନୀ ମ୍ୟାକଡୋନାଲ୍ଡ ଏକ ନୋଟିସ ଜାରି କରିଛି ।

ଯେଉଁଥିରେ ଗ୍ରାହକଙ୍କୁ କୁହାଯାଇଛି ଯେ, ଦର ବୃଦ୍ଧି ପାଇଁ ବର୍ଗରରୁ ଟମାଟୋକୁ ବାଦ୍ ଦିଆଯାଇନାହିଁ ବରଂ କମ୍ପାନୀର ଗୁଣବତା ମାନକ ଅନୁଯାୟୀ ଟମାଟୋ ମିଳୁନଥିବାରୁ ସାମୟିକ ଭାବେ ବର୍ଗରରୁ ଟମାଟୋକୁ ବାଦ୍ ଦିଆଯାଇଛି । ବର୍ଗର ପରି କିଛି ଲୋକପ୍ରିୟ ଖାଦ୍ୟରୁ ଟମାଟୋ ଗାଏବ ହୋଇଯିବା ନେଇ ସୋସିଆଲ ମିିଡିଆରେ ମଧ୍ୟ ଚର୍ଚ୍ଚା ଜୋରଦାର ହେଉଛି ।