କନକ ବ୍ୟୁରୋ : ମୌସୁମୀ ଅଧିବଶନ ଆଉ କିଛି ସମୟ ପରେ ଆରମ୍ଭ ହେବ । ଏହାପୂର୍ବରୁ ବିଧାନସଭା ସମ୍ମୁଖରେ ଗର୍ଜିଲା ମୋ ଦଳ । ୫ଟି ସଚିବଙ୍କୁ ବିରୋଧ କରି ନାରାବାଜି କରିଛି ମୋ ଦଳ । ସଚିବ ବିଧାନସଭା ଚଳାନ୍ତୁ ନେତା ଓ ମନ୍ତ୍ରୀ ଘରକୁ ଯାଆନ୍ତୁ ବୋଲି ନାରାବାଜି ଦେବା ସହିତ ପାଣ୍ଡିଆନ୍ ଗୋ ବ୍ୟାକ ନାରା ଦେଇଛନ୍ତି । ସଚିବ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଏପରି ସ୍ଥିତିରେ ନେତାଙ୍କର ଆବଶ୍ୟକ ନାହିଁ ବୋଲି କହିଛନ୍ତି ମୋ ଦଳର କର୍ମୀ ।

Advertisment

ଏହି ପ୍ରତିବାଦର ନେତୃତ୍ୱ ନେଉଛନ୍ତି ଅକ୍ଷୟ କୁମାର । ଯଦି ଜଣେ ସଚିବ ସବୁ କାମ କରିପାରୁଛନ୍ତି ତାହାଲେ ନିର୍ବାଚିତ ପ୍ରତିନିଧି କାହିଁକି ବିଧାନସଭା ଆସିବେ ବୋଲି ପ୍ରଶ୍ନ କରିଛି ମୋ ଦଳ । ତେବେ ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ମୋ ଦଳର କର୍ମୀଙ୍କର ଧସ୍ତାଧସ୍ତି ହୋଇଛି । ଆଗକୁ ବିଧାନସଭା ନିର୍ବାଚନ ଆସୁଛି । ଏହାପୂର୍ବରୁ ରାଜ୍ୟ ରାଜନୀତି ସରଗରମ ରହିଛି । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ଶାସକ ଦଳକୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ମୋ ଦଳ ପକ୍ଷରୁ ଆଜି ଏହି ପ୍ରତିବାଦ କରାଯାଇଛି ।