ଯୁଦ୍ଧ ଭିତରେ ଆଜି ଇସ୍ରାଏଲ ଯିବେ ରିଷି ସୁନକ : ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କରିବେ ଆଲୋଚନା

143

କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଆଜି ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ । ଆଜି ତେଲ ଅବିବରେ ପହଞ୍ଚିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲରେ ପହଞ୍ଚିଥିଲେ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ବାଇଡେନଙ୍କ ଗସ୍ତ ପରେ ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଇସ୍ରାଏଲରେ ପହଞ୍ଚିବେ । ଇସ୍ରାଏଲ-ହମାସ୍ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଲାଣି । ଦିନକୁ ଦିନ ଯୁଦ୍ଧ ଅଧିକ ଜଟିଳ ହେବାରେ ଲାଗିଛି । ଯୁଦ୍ଧ ଯୋଗୁଁ ସାଧାରଣ ଲୋକ ଅନେକ ଅସୁବିଧା ଭୋଗୁଛନ୍ତି । ଗାଜାରେ ମୋଟ୍ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ହେଲାଣି ।